Friday, October 30, 2026
ଜାତୀୟ

ପୁଣି ଜଣେ ବାବାଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ

ଚେନ୍ନାଇ: ଆତ୍ମ-ଘୋଷିତ ଗୁରୁ ଶିବ ଶଙ୍କର ବାବାଙ୍କ ବିରୋଧରେ ମାମଲା ରୁଜୁ କଲା ପୁଲିସ ଜ୍ଝ ତାମିଲନାଡୁର ଚେନ୍ନାଇ ନିକଟ କେଲାମ୍ବାକ୍କାମ ଠାରେ ଥିବା ତାଙ୍କ ଶିକ୍ଷାନୁଷ୍ଠାନର ଛାତ୍ରୀଙ୍କୁ ସେ ଯୌନ ନିର‌୍ୟାତନା ଦେଉଥିବା ନେଇ ଅଭିଯୋଗ ହେବା ପରେ ପୁଲିସ ଏହି ପଦକ୍ଷପ ନେଇଛି ଜ୍ଝ ସୁଶୀଲ ହରି ଇଣ୍ଟର ନ୍ୟାସନାଲ ସ୍କୁଲରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଉଥିବା ଅଭିଯୋଗ ଆସିଛି ଗୁରୁ ଶିବ ଶଙ୍କର ବାବାଙ୍କ ନାମରେ । ଏହି ଅଭିଯୋଗରେ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି । ଶିକ୍ଷାନୁଷ୍ଠାନରେ ବାବା ଛାତ୍ରୀଙ୍କୁ ଜୋର ଜବରଦସ୍ତି ଯୌନ ସମ୍ପର୍କ ରଖୁଥିବା ଅଭିଯୋଗ ହୋଇଛି ।

କିଛି ଛାତ୍ରୀ ବାବାଙ୍କ ବିରୋଧରେ ସୋସିଆଲ ମିଡିଆରେ ଲେଖିଥିଲେ । ଯାହାକୁ ଗୁରୁତ୍ୱର ସହ ଗ୍ରହଣ କରିଛି ପୋଲିସ ।
ତେବେ କିଛି ଛାତ୍ରୀ ବାବାଙ୍କ ବିରୋଧରେ ଥାନାରେ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଥାନା ହାଜର ହେବାକୁ ନୋଟିସ ପଠାଇଥିଲେ ସୁଦ୍ଧା ହାଜର ହୋଇନଥିଲେ ବାବା । କାରଣ ଦର୍ଶାଇ ଶିବ ଶଙ୍କର ବାବାଙ୍କ ଦଳ କହିଥିଲା ଯେ ଆତ୍ମ-ଘୋଷିତ ଗୁରୁ ଛାତିରେ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ତାଙ୍କୁ ଡେରାଡୁନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହା ପରେ ପୀଡିତାଙ୍କ ଦ୍ୱାରା ଦାଖଲ ହୋଇଥିବା ତିନୋଟି ଅଭିଯୋଗକୁ ଭିତ୍ତି କରି କେଲାମ୍ବାକ୍କମ୍ ଅଲ ଓମେନ ପୁଲିସ ଶିବ ଶଙ୍କର ବାବାଙ୍କ ବିରୋଧରେ ମାମଲା ଦାୟର କରିଛି। ତାଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୬୩,୩୬୫ ଏବଂ ୩୬୬ ଏବଂ ପୋକସୋର ଅନେକ ବିଭାଗ ଅଧୀନରେ ମାମଲା ଦାୟର କରାଯାଇଛି।

Share

Leave a Reply

Your email address will not be published. Required fields are marked *

1 × 5 =