ସିବିଆଇ ବନାମ ସିବିଆଇରେ ସିବିଆଇ ମୁଖ୍ୟଙ୍କ ବିଜୟ

ଭୁବନେଶ୍ବର () ଗତ କିଛି ମାସ ଧରି ଦେଶର ସର୍ବବୃହତ ତଦନ୍ତକାରୀ ସଂସ୍ଥା ସିବିଆଇରେ ଚାଲିଥିବା ଲଢେଇରେ ପୂର୍ବତନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ବିଜୟ ହୋଇଛି । ସୁପ୍ରିମ କୋର୍ଟ ଏହି ମାମଲାର ଶୁଣାଇ କରି ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ନିଷ୍ପତ୍ତିକୁ ରଦ୍ଦ କରିଛନ୍ତି । ଏହାଦ୍ବାରା କେନ୍ଦ୍ର ସରକାରଙ୍କୁ ଲାଗିଛି ଆଉ ଏକ ଝଟକା । ସିଭିସି ନିଷ୍ପତିକୁ ପ୍ରତ୍ୟାଖାନ କରିଛନ୍ତି ସୁପ୍ରିମକୋର୍ଟ । ଏଥିରୁ ପୁଣି ଥରେ ଆଲୋକ ବର୍ମା ସିବିଆଇ ମୁଖ୍ୟ ଦାୟିତ୍ବରେ ଅବସ୍ଥାପିତ ହେବାର ସମ୍ଭାବନା ସୃଷ୍ଟି ହୋଇଛି ।

ତାଙ୍କୁ ଛୁଟିରେ ପଠାଇବାକୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ୍ କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହାର ଶୁଣାଣି କରି ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପୁଣି ଥରେ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିବାକୁ ରାୟ ଦେଇଛନ୍ତି ।

ସୁପ୍ରିମ କୋର୍ଟଙ୍କ ରାୟ ଅନୁଯାୟୀ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବାର କୌଣସି ଅଧିକାର କେନ୍ଦ୍ର ସରକାରଙ୍କ ପାଖରେ ନାହିଁ । କେବଳ ଉଚ୍ଚସ୍ତରୀୟ କମିଟି ହିଁ ଏହି ନିଷ୍ପତ୍ତି ନେଇପାରିବ। ଉଚ୍ଚସ୍ତରୀୟ କମିଟିରେ ପ୍ରଧାନମନ୍ତ୍ରୀ, ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଏବଂ ଲୋକସଭାରେ ବିରୋଧୀ ଦଳ ନେତା ସଭ୍ୟ ଭାବେ ରହିବେ। ସୁପ୍ରିମକୋର୍ଟ କହିଛନ୍ତି ଯେ, ଉଚ୍ଚସ୍ତରୀୟ କମିଟି ହାତରେ ମାତ୍ର ଏକ ସପ୍ତାହ ସମୟ ଅଛି। ଏହି ସମୟ ଭିତରେ ହିଁ ନିଷ୍ପତ୍ତି ନେବା ଦରକାର । ଆଲୋକ ବର୍ମା ମଧ୍ୟ ଏହି ସମୟ ମଧ୍ୟରେ କୌଣସି ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ ।

ସିବିଆଇ ନିର୍ଦ୍ଦେଶକ ଭାବେ ଦୁଇବର୍ଷ କାର୍ଯ୍ୟ କରିବା ନେଇ ନିୟମ ଥିବା ସତ୍ତ୍ବେ ସରକାର ତାଙ୍କୁ ଛୁଟିରେ ପଠାଇ ଦେଇଥିଲେ । ସେହିପରି ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ମଧ୍ୟ ସରକାର ଛୁଟିର ପଠାଇ ଦେଇଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ଆଲୋକ ବର୍ମା ସୁପ୍ରିମ କୋର୍ଟର ଆଶ୍ରୟ ନେଇଥିଲେ । ଏ ନେଇ ଗତ ଡିସେମ୍ବର ୬ ତାରିଖରେ ଶୁଣାଣି ହୋଇଥିଲା ଏବଂ ଆଜି ରାୟ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ପରସ୍ପରଙ୍କ ବିରୋଧରେ ସଙ୍ଗିନ୍ ଲାଞ୍ଚ ଅଭିଯୋଗ ଆଣିଥିବାରୁ ତଦନ୍ତ ଲାଗି ଉଭୟଙ୍କୁ ଛୁଟିରେ ପଠାଯିବା ଜରୁରୀ ଥିଲା ବୋଲି ସରକାର ଦର୍ଶାଇଥିଲେ ।

Share

Leave a Reply

Your email address will not be published. Required fields are marked *

7 + sixteen =