ମହିଳାଙ୍କ ପାଖରେ ବିଶ୍ବର 40 ପ୍ରତିଶତ ସମ୍ପତ୍ତି

ନୂଆଦିଲ୍ଲୀ () : ବଢୁଛି କୋଟିପତିଙ୍କ ସଂଖ୍ୟା । ଗତ ବର୍ଷକରେ ଭାରତର କୋଟିପତି ତାଲିକାରେ ସାମିଲ ହୋଇଛନ୍ତି ଆଉ ୭,୩୦୦ । କ୍ରେଡ଼ିଟ୍ ସୁଇସ ରିପୋର୍ଟ ଅନୁସାରେ ଭାରତରେ ୩.୪୩ ଲକ୍ଷ କୋଟିପତି ଅଛନ୍ତି । ଆଉ ସେମାନଙ୍କ ପାଖରେ ପାଖାପାଖି ୬ ଟ୍ରିଲିୟନ୍ ଡଲାର ଅର୍ଥାତ ୪୪୧ ଲକ୍ଷ କୋଟି ଟଙ୍କାର ସମ୍ପତି ଅଛି ।

ଦେଶର ଆର୍ଥିକ ସ୍ଥିତିର ଉନ୍ନତି ହେବା ସହ ଲୋକଙ୍କ ଆର୍ଥିକ ଅବସ୍ଥାରେ ଦ୍ରୁତ ଉନ୍ନତି ହେଉଛି । ଅନ୍ତର୍ଜାତୀୟ କ୍ରେଡିଟ ରେଟିଂ ସଂସ୍ଥା କ୍ରେଡିଟ ସୁଇସର ଗ୍ଲୋବାଲ ୱେଲଥ ରିପୋର୍ଟରୁ ଏହା ଜଣାପଡିଛି । ୨୦୦୦ ମସିହାରେ ଭାରତରେ ୩୯ହଜାର ମିଲିଅନୟାର ଥିଲେ । ଏବେ ତାହା ୩ ଲକ୍ଷ ୪୩ ହଜାରରେ ପହଞ୍ଚିଲାଣି । ୨୦୨୩ରେ ଏହା ୫.୨୬ ଲକ୍ଷରେ ପହଞ୍ଚିବ ବୋଲି ଜଣାପଡିଛି।

ବିଶ୍ବର ଲୋକମାନଙ୍କ ସଂପତ୍ତି ପ୍ରାୟ ୧୪ ଟ୍ରିଲିୟନ ବୃଦ୍ଧି ପାଇ ମୋଟ ୩୧୭ ଟ୍ରିଲିୟନରେ ପହଞ୍ଚିଛି । ସଂପତ୍ତି ସୃଷ୍ଟିରେ ଆମେରିକା ୧ନମ୍ବର ସ୍ଥାନରେ ରହିଛି । ତା ପଛକୁ ଚୀନ ରହିଛି ଓ ୩ୟ ସ୍ଥାନରେ ଜାପାନ ରହିଛି । ଏହି ରିପୋର୍ଟ ଅନୁସାରେ ମହିଳାମାନେ ବିଶ୍ବର ୪୦ ପ୍ରତିଶତ ସଂପତ୍ତି ଅଧିକାର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × one =