ଭାରତର ଶକ୍ତିଶାଳୀ ତାଲିକାରେ ୪ ଓଡିଆ ଚେହେରା

ନୂଆଦିଲ୍ଲୀ()  ଭାରତର ଶକ୍ତିଶାଳୀ ତାଲିକାରେ ୪ ଓଡିଆ ଚେହେରା ।‘ଦ ଇଣ୍ଡିଆନ୍ ଏକ୍ସପ୍ରେସ୍’ ତରଫରୁ କରାଯାଇଥିବା ‘ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍ସ’ ସର୍ଭେ ରିପୋର୍ଟ ଅନୁସାରେ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୪ ପ୍ରଭାବଶାଳୀ ଓଡ଼ିଆ । ଏମାନେ ହେଲେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀଙ୍କ ପ୍ରମୂଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ର ଏବଂ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ଏସବୁ ବାଦ୍ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × 2 =