ସୟଦ ମୁଷ୍ଟାକ ଅଲ୍ଲୀ ଟ୍ରଫି ଚାମ୍ପିୟନ ହେଲା ତାମିଲନାଡ଼ୁ

ନୂଆଦିଲ୍ଲୀ: ଫାଇନାଲରେ ଦମଦାର ଖେଳ । ବିଶାଳ ଛକା ମାରିଲେ ଆଉ ଦଳକୁ ଚାମ୍ପିୟନ କରାଇଲେ । ତାମିଲନାଡ଼ୁ ଦଳର ଭରସାଯୋଗ୍ୟ ବ୍ୟାଟ୍ସମ୍ୟାନ ଶାହାରୁଖ ଖାନଙ୍କ ଦମଦାର ବ୍ୟାଟିଂ ଆଗରେ ହାର ମାନିଛି କର୍ଣ୍ଣାଟକ । ଲଗାତାର ଦ୍ୱିତୀୟ ଥର ପାଇଁ ଏହି ଟାଇଟଲ ହାତେଇଛି ତାମିଲନାଡୁ । ଦିଲ୍ଲୀରେ ଖେଳାଯାଉଥିବା ଫାଇନାଲ ମ୍ୟାଚରେ ତାମିଲନାଡୁ ୪ ୱିକେଟରେ କର୍ଣ୍ଣାଟକକୁ ପରାସ୍ତ କରିଛି । ଏହି ମ୍ୟାଚରେ ଶେଷ ବଲରେ ଛକା ମାରି ଦଳକୁ ବିଜେତା କରାଇଥିଲେ ଶାହାରୁଖ ଖାନ ।

ଏହି ମ୍ୟାଚରେ ଶେଷ ଓଭରରେ ତାମିଲନାଡୁକୁ ଜିତିବାକୁ ୧୬ ରନ ଆବଶ୍ୟକତା ରହିଥିଲା । ପ୍ରଥମ ବଲରେ ସାଇ କିଶୋର ଚୌକା ମାରିବା ପରେ ଦ୍ୱିତୀୟ ବଲରେ ସିଙ୍ଗଲ ନେଇଥିଲେ । ଏହାପରେ ବୋଲର ଏକ ୱାଇଡ ବଲ ପକାଇଥିଲେ । ତୃତୀୟ ଆଉ ଚତୁର୍ଥ ବଲରେ ବ୍ୟାଟ୍ସମ୍ୟାନ ସିଙ୍ଗଲ ନେଇଥିଲେ । ଏହାପରେ ଆଉ ଏକ ୱାଇଡ ବଲ ପକାଇଥିଲେ ବୋଲର । ଏହାସହ ୨ଟି ବଲରେ ଏବେ ୭ ରନ ଆବଶ୍ୟକ ଥିଲା । ପଞ୍ଜମ ବଲରେ ଶାହାରୁଖ ଖାନ ଦୁଇ ରନ ନେଇଥିଲେ । ଫଳରେ ଶେଷ ବଲରେ ୫ ରନ ଆବଶ୍ୟକ ଥିଲା ବେଳେ ଶେଷ ବଲରେ ଛକା ମାରି ଦଳକୁ ବିଜୟୀ କରାଇଥିଲେ ଶାହାରୁଖ ।

Share

Leave a Reply

Your email address will not be published. Required fields are marked *

three × two =