ତାଲିବାନ କବଜାରେ ପଞ୍ଜଶିର

କାବୁଲ:ବଢ଼ୁଛି ତାଲିବାନିଙ୍କ ଆତଙ୍କ । ପଞ୍ଜଶିର ପ୍ରଦେଶକୁ ତାଲିବାନ ସମ୍ପୂର୍ଣ୍ଣ କବଜା କରିଛି । ଆଫଗାନିସ୍ଥାନର ସମସ୍ତ ଅଞ୍ଚଳକୁ କବଜା କାରିବା ପରେ ତାଲିବାନ ପଞ୍ଜଶିରକୁ କବଜା କରିବାରେ ଅସମର୍ଥ ରହିଥିଲା । ମାତ୍ର ଆଜି ତାଲିବାନ ସେଠାରେ ବିଜୟର ବାନା ଉଡାଇଛି । ଏନେଇ ତାଲିବାନ ମିଲିଟାରୀ ମୁଖପାତ୍ରଙ୍କ ପକ୍ଷରୁ ଏକ ଭିଡିଓ ଜାରି ହୋଇଛି । ସେହି ଭିଡିଓରେ ସ୍ପଷ୍ଟ ଦୃଶ୍ୟ ରହିଛି ଯେ, ପଞ୍ଜଶିର ରାଜ୍ୟପାଳ କାର୍ୟ୍ୟାଳୟ ବାହାରେ ତାଲିବାନର କିଛି ଅଧିକାରୀଙ୍କ ସମେତ ତାଲିବାନ ଯୋଦ୍ଧା ବୁଲୁଛନ୍ତି ।

ଗତ ରବିବାର ରାତ୍ରି ସମୟରେ ତାଲିବାନ ପଞ୍ଜଶିର ଉପରେ ଆକ୍ରମଣ କରିଥିଲା । ଏହିପରିକି ତାଲିବାନ ବିପକ୍ଷରେ ଲଢ଼ୁଥିବା ନର୍ଦ୍ଦନ ଆଲାଇନ୍ସର ମୁଖ୍ୟ କମାଣ୍ଡର ସାହେଲ ମହମ୍ମଦଙ୍କୁ ହତ୍ୟା କରାଯାଇଥିବା ଖବର ତାଲିବାନ ଜଣାଇଛି । ଅନ୍ୟପକ୍ଷରେ ପଞ୍ଜଶିରକୁ କବଜା କରିବାରେ ତାଲିବାନକୁ ପାକିସ୍ତାନ ସାହାଯ୍ୟ କରିଛି । ପାକିସ୍ତାନର ବାୟୁସେନା ପଞ୍ଜଶିରରେ ଡ୍ରୋନ୍ ଆକ୍ରମଣ କରିବା ସହିତ ସ୍ମାର୍ଟ ବମ୍ ବ୍ୟବହାର କରିଛି ବୋଲି ଆଫଗାନିସ୍ଥାନର ସାମଙ୍ଗନା ପ୍ରଦେଶର ପୂର୍ବତନ ସାଂସଦ ଜିଆ ଅରିୟନଜାଦା ସୂଚନା ଦେଇଛନ୍ତି ।
ସୂଚନା ଥାଉଯେ, ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ କରିବାରେ ବିଳମ୍ବ ଦେଖାଯାଉଛି । କିଏ ସରକାର ଗଠନ କରିବ ଓ କିଏ ତାହାର ମୁଖ୍ୟ ହେବ ସେ ନେଇ ପରସ୍ପର ମଧ୍ୟରେ ତାଲିବାନ ଯୁଦ୍ଧ କରୁଛି ।

Share

Leave a Reply

Your email address will not be published. Required fields are marked *

11 − 10 =