କରୋନା ପାଇଁ ୩ମାସର ଦରମା ଦାନ କଲେ ସୁଶାନ୍ତ କୁମାର ରାଉତ

ଭୁବନେଶ୍ୱର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ମୁକାବିଲା ପାଇଁ ଦରମା ଦାନ କରିଛନ୍ତି ବିଜେଡ଼ିର ମନ୍ତ୍ରୀ ଓ ବିଧାୟକ । ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ଫାଣ୍ଡିକୁ ୩ମାସର ଦରମା ଦେଇଛନ୍ତି ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ । ଏହାସହ ସେ ଜଗନ୍ନାଥଙ୍କୁ ଗୁହାରି କରି ବିଶ୍ୱବାସୀଙ୍କୁ ମହା ବିପତ୍ତିରୁ ଉଦ୍ଧାର ପାଇଁ ପାର୍ଥନା କରିଛନ୍ତି ।

ସେହିପରି ୩ ମାସର ଦରମା ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ୍ , ଅଶୋକ ପଣ୍ଡା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ରାଜେନ୍ଦ୍ର ସାହୁ, ପ୍ରତାପ ଜେନା, ପ୍ରଶାନ୍ତ ଜଗଦେବ, ଧ୍ରୁବ ସାହୁ ।
ଗତକାଲି କରୋନା ଫଣ୍ଡକୁ ୩ମାସର ଦରମା ଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ କରୋନା ପ୍ରଭାବିତଙ୍କ ସହାୟତା ପାଇଁ ସ୍ୱତଃପ୍ରବୃତ୍ତ ଭାବେ ଦାନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଲୋକଙ୍କ ସହାୟତା ପାଇଁ ବିଜେଡ଼ିର ସବୁ ସାଂସଦ ଓ ବିଧାୟକମାନେ ନିଜର ୩ମାସର ଦରମା ଦାନ କରିବେ । ମାର୍ଚ୍ଚ ୨୯ସୁଦ୍ଧା ସିଏମ ରିଲିଫ ଫାଣ୍ଡିକୁ ଦାନ କରିବା ନେଇ ବିଜେଡ଼ି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା ଆହ୍ୱାନ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

18 − 14 =