ତ୍ରାହି ତ୍ରାହି ଡାକିଲେଣି କୃଷି ଓ ଉଚ୍ଚଶିକ୍ଷା ବିଭାଗର ବିଶୃଙ୍ଖଳିତ କର୍ମଚାରୀ

ଭୁବନେଶ୍ୱର ()

କୃଷି ଓ କୃଷକ ସଶକ୍ତିକରଣ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ସରକାରକୁ ଲୋକଙ୍କ ପାଖରେ ପହଞ୍ଚାଇବା ଓ ଲୋକାଭିମୁଖୀ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ଆହ୍ବାନକୁ କାର୍ଯ୍ୟକାରୀ କରିବାକୁ ପୁରା ଦମରେ ଲାଗିଛନ୍ତି । ପ୍ରତିଦିନ ନିଜ ବିଭାଗର କୌଣସି ନା କୌଣସି ଅଫିସକୁ ଅଚାନକ ଗସ୍ତରେ ଯାଉଛନ୍ତି । ବିଭାଗ କି କର୍ମଚାରୀ ଟେର ପାଉନାହାନ୍ତି । ଗସ୍ତ ପରେ କାର୍ଯ୍ୟାନୁଷ୍ଠାନ ବି ହଉଛି । ଫଳରେ ଦୁର୍ନୀତିଗ୍ରସ୍ତ ଓ ବିଶୃଙ୍ଖଳିତ ଅଫିସର ତ୍ରାହି ତ୍ରାହି ଡାକିଲେଣି ।

ଆଜି ସେ ଅପରାହ୍ନ ୧ଟା ୪୦ ମିନିଟରେ କଟକ ଜିଲ୍ଲା ଅନ୍ତର୍ଗତ କଳାପଥର-ଧଳାପଥର ଡିଗ୍ରୀ ମହାବିଦ୍ୟାଳୟ, କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶକୁ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଲେଜର ଅଧ୍ୟକ୍ଷ ଅନୁପସ୍ଥିତ ଥିବା ସହ ମଧ୍ୟାହ୍ନ ଭୋଜନ ସମୟ ଅପରାହ୍ନ ଗୋଟାଏରୁ ୧ଟା ୩୦ ମିନିଟ ଧାର୍ଯ୍ୟ କରାଯାଇଥିବା ବେଳେ ଅଧ୍ୟକ୍ଷ ୧ଟା ୫୦ ମିନିଟ ସମୟରେ କଲେଜରେ ପହଂଚିଥିଲେ । ରୁଟିନ ଅନୁଯାୟୀ ସେହି ସମୟରେ ତିନୋଟି କ୍ଲାସ ହେବାକୁ ଥିବା ବେଳେ କୌଣସି କ୍ଲାସ ହେଉନଥିବା ମନ୍ତ୍ରୀ ଦେଖିବାକୁ ପାଇଥିଲେ । ମନ୍ତ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଉଚ୍ଚଶିକ୍ଷା ବିଭାଗର ନିର୍ଦେଶକଙ୍କୁ ନିର୍ଦେଶ ଦେଇଥଇଲେ ।

ସେ ମହାବିଦ୍ୟାଳୟା ଉପସ୍ଥାନ ଯାଂଚ କରିବା ସମୟରେ ଦୁଇଜଣ ଅଧ୍ୟାପକ  କିଶୋର ସାହୁ ଏବଂ  ଆର.ସି.ଜେନା ଉପସ୍ଥିତ ଥିଲେ । ଉଚ୍ଚଶିକ୍ଷା ବିଭାଗର ନିର୍ଦେଶ ମୁତାବକ ଏ ପର୍ଯ୍ୟନ୍ତ ମହାବିଦ୍ୟାଳୟର ପ୍ରୋକ୍ଟରିଆଲ କ୍ଲାସ ପ୍ରଚଳନ କରାଯାଇନଥିବା ପରିପ୍ରେକ୍ଷୀରେ ମନ୍ତ୍ରୀ  ସାହୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ତୁରନ୍ତ ପ୍ରୋକ୍ଟରିଆଲ କ୍ଲାସ ଚାଲୁ କରିବା ପାଇଁ ନିର୍ଦେଶ ଦେଇଥିଲେ । ଏହି ଗସ୍ତ ସମୟରେ ମନ୍ତ୍ରୀ   ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ସହ ସେମାନଙ୍କର ପାଠପଢା ଓ ମହାବିଦ୍ୟାଳୟର ଶିକ୍ଷାଦାନ ବ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen − 5 =