Friday, October 30, 2026
Latestଜାତୀୟ

ଦୀପାବଳିରେ ଆଖି ବୁଜିଲେ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ

କୋଲକତା: ତୃଣମୂଳ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗର ପଞ୍ଚାୟତରାଜ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀଙ୍କ ଗତ ରାତିରେ ପରଲୋକ ହୋଇଯାଇଛି।  ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା। କିଛି ଦିନ ପୂର୍ବେ ହୃଦଘାତର ଶିକାର ହୋଇଥିବା ସୁବ୍ରତ ମୁଖାର୍ଜୀ କଲିକତାର ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ସୁସ୍ଥ ହୋଇ ଆସୁଥିବା ବେଳେ ହଠାତ୍‌ ଗତ ରାତି ୯ଟା ୨୨ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।  ସୁବ୍ରତ ମୁଖାର୍ଜୀଙ୍କ ପରିବାର କହିଲେ କେବଳ ତାଙ୍କ ପତ୍ନୀ ଅଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁବ୍ରତଙ୍କ ମୃତ୍ୟୁ ନେଇ ଘୋଷଣା କରିବା ସହ  ଏହା ତାଙ୍କ ପାଇଁ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି।

Share

Leave a Reply

Your email address will not be published. Required fields are marked *

five × 5 =