ଆସନ୍ତାକାଲି ପାଟକୁରା ଭୋଟ୍ ଗଣତି

କେନ୍ଦ୍ରାପଡ଼ା()  ଆସନ୍ତାକାଲି ପାଟକୁରା ବିଧାନସଭା ଆସନର ଭୋଟ ଗଣତି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ୟ୍ୟାାୟ ପହଁଚି ସାରିଛି । ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲ ବ୍ୟବସ୍ଥା କରାଯାଇଛି ।

ମୋଟ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ଇଭିଏମ୍ର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ହୋଇ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ । ପାଟକୁରା ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ ୧୦ ଜଣ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଗତ ୨୦ ତାରିଖରେ ମତଦାନ ହୋଇଛି ।

Share

Leave a Reply

Your email address will not be published. Required fields are marked *

5 + 13 =