ଏକାଠି ହୋଇଗଲେ ଅଖିଳେଶ ମାୟାବତୀ, ଲଢିବେ ୩୮-୩୮ ଏସପି-ବିଏସପି ପ୍ରାର୍ଥୀ

୨୫ ବର୍ଷ ପରେ ପୁଣି ଥରେ ଏକାଠି ନିର୍ବାଚନ ଲଢ଼ିବେ ମାୟାବତୀ-ଅଖିଳେଶ। ଏନଇ ଆଜି ମିଳିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା ହୋଇଛି। ଛିଣ୍ଡିଛି ଆସନ ବୁଝାମଣା। ୮୦ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ଲୋକସଭାରେ ବିଏସ୍ପି ଓ ଏସ୍ପି ୩୮ଟି ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବେ। ବାକି ୪ଟି ଆସନରୁ ୨ଟି ସହଯୋଗୀଙ୍କ ପାଇଁ ଛାଡ଼ିଛନ୍ତି। ମେଣ୍ଟରୁ କଂଗ୍ରେସକୁ ଦୂରେଇ ରଖଛନ୍ତି ଏସ୍ପି-ବିଏସ୍ପି। ଗାନ୍ଧି ପରିବାରର ଗଡ଼ କୁହାଯାଉଥିବା ଆମେଥି ଓ ରାଏବରେଲୀ ଆସନରେ ମେଣ୍ଟ ପ୍ରାର୍ଥୀ ଦେବ ନାହିଁ। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଓ ବିଜେପି ଉପରେ ବର୍ଷିଛନ୍ତି ମାୟାବତୀ। ବିଶେଷ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ମାୟାବତୀ କହିଛନ୍ତି, ୧୯୯୩ରେ ଯେଭଳି ବିଏସ୍ପି-ଏସ୍ପି ମେଣ୍ଟ ବିଜେପିକୁ ହରାଇଥିଲେ, ସେହିଭଳି ୨୦୧୯ରେ ନିର୍ବାଚନ ମୈଦାନକୁ ଓହ୍ଲାଇବେ। ଜନବିରୋଧୀ ଦଳଙ୍କୁ କ୍ଷମତାରୁ ଦୂରେଇ ରଖାଯିବ ବୋଲି ମାୟାବତୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × three =