ଓଡିଶା କଂଗ୍ରେସର ମୁଖ୍ୟ ମୁଖପାତ୍ର ସତ୍ୟ ପ୍ରକାଶ!

ଭୁବନେଶ୍ୱର () ଓଡିଶା କଂଗ୍ରେସର ମୁଖ୍ୟ ମୁଖପାତ୍ର ହେବେ ସତ୍ୟ ପ୍ରକାଶ ନାୟକ । ଖୁବଶୀଘ୍ର ଏଆଇସିସି ପକ୍ଷରୁ ତାଙ୍କ ନାଁ ଘୋଷଣା ହେବ । ଗଣମାଧ୍ୟମରେ ରାଜ୍ୟ ସରକାର ଓ ବିଜେପି ବିରୋଧରେ କଂଗ୍ରେସର ସ୍ୱରକୁ ଅଧିକ ଶାଣିତ, ଦୃଢ଼ ଓ ପ୍ରଭାବଶାଳୀ କରିବାର ନେତୃତ୍ୱ ଓ ଦାୟିତ୍ୱ ନେବେ ସତ୍ୟ ପ୍ରକାଶ । କେବଳ ପ୍ରତିପକ୍ଷ ଦଳ ଉପରେ ରାଜନୈତିକ ଆକ୍ରମଣ ନୁହେଁ, ରାଜ୍ୟ କଂଗ୍ରେସର ବିଭିନ୍ନ କାର୍ଯ୍ୟକ୍ରମର ସଫଳ ପ୍ରଚାର ପ୍ରସାରର ଉତ୍ତରଦାୟୀତ୍ଵ ମଧ୍ୟ ତାଙ୍କ ଉପରେ ନ୍ୟସ୍ତ ହେବ ।

ଉଭୟ ପ୍ରିଣ୍ଟ ଓ ଏଲେକ୍ଟ୍ରୋନିକ ଗଣମାଧ୍ୟମରେ ଲମ୍ବା ଅନୁଭୂତି ସମ୍ପନ୍ନ ଏହି ବରିଷ୍ଠ ସାମ୍ବାଦିକ ଓଡ଼ିଶାର ବହୁ ନାମୀ ଗଣମାଧ୍ୟମରେ କାର୍ଯ୍ୟ କରିଛନ୍ତି । ନିଜର ଉପସ୍ଥାପନା ଶୈଳୀ ଓ ପ୍ରଭାବୀ ଯୁକ୍ତି ପାଇଁ ସେ ଗଣମାଧ୍ୟମ ଓ ରାଜନୈତିକ ମହଲରେ ବେଶ ପରିଚିତ । ଦିନେ ଦୁଇଦିନ ମଧ୍ୟରେ ଏଆଇସିସି ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯିବ ବୋଲି ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

two × 3 =