Latestରାଜନୀତି

ଗଜପତିର ଶରଧାପୁର ପଞ୍ଚାୟତର ସରପଞ୍ଚ ପାର୍ଥୀଙ୍କୁ ଆକ୍ରମଣ

ଗଜପତ: ଗଜପତିର ଗୋଷାଣୀ ବ୍ଲକ ଶରଧାପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ । ଆହତ ଜଣକ ହେଲେ ଚେନି ପ୍ରସାଦ ରାଓ । ଆକ୍ରୋଶ ମୂଳକ ଭାବେ ତାଙ୍କୁ ବିରୋଧୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଶୋଭାଯାତ୍ରା ସମୟରେ କିଛି ବିଜେପି କର୍ମୀ ଚେନୀ ପ୍ରସାଦଙ୍କ ସହ ଯୁକ୍ତି ତର୍କ କରିଥିଲେ । ପ୍ରଚାର ଶେଷ ହେବା ପରେ ରାତି ପ୍ରାୟ ୯ ଘଣ୍ଟା ସମୟରେ ଗୁରୁତର ଅବସ୍ଥାରେ ତାଙ୍କୁ ଗାଁ ନିକଟରୁ ଉଦ୍ଧାର କରାଯାଇଥିଲା । କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରୁଥିବା ବେଳେ ଲୋକ ଦେଖି ପାଟି କରିଥିଲେ । ଫଳରେ ଆକ୍ରମଣକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଗୁରୁତର ଭାବେ ଚେନି ପ୍ରସାଦ ରାଓଙ୍କୁ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

2 × three =