କରୋନା ମୁକାବିଲା ପାଇଁ ଭୂବନେଶ୍ୱର ଜିଲ୍ଲା ୱାର୍ଡ କମିଟି ଗଠନ

ଭୁବନେଶ୍ୱର : ବୈଶ୍ୱିକ ମହାମାରୀ କରୋନା ଭୁତାଣୁ କାରଣରୁ ସମଗ୍ର ବିଶ୍ୱ ଆଜି ସଂକଟ ସମୟ ଦେଇ ଗତି କରୁଛି । ଭାରତବର୍ଷରେ ଏହି କରୋନା ବିରୁଦ୍ଧ ଯୁଦ୍ଧର ନେତୃତ୍ୱ ନେଉଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି । କରୋନା ସଙ୍କଟ ଦୂର ହେବା ପର୍ଯ୍ୟନ୍ତ ଅସହାୟ, ଦୁଃଖୀଜନ, ନିସ୍ୱ ଗରୀବଙ୍କୁ ବିଜେପି କାର୍ଯ୍ୟକର୍ତାମାନେ ଖାଦ୍ୟାନ୍ନ, ଫେସ କଭର୍ ବଂଟନ କରିବେ । ଏଥି ସହ ସାଧାରଣ ଜନତାଙ୍କୁ ଆରୋଗ୍ୟ ସେତୁ ଆପ୍‌ର ଉପକାରିତା ଓ ବ୍ୟବହାର ସଂପର୍କରେ ଅବଗତ କରାଇବେ । ସେହିପରି ଏହି ଯୁଦ୍ଧ ପାଇଁ ବହୁ ପରିମାଣରେ ଅର୍ଥର ଆବଶ୍ୟକତା ରହିଛି । ଏହି ଆବଶ୍ୟକତାର ପୁରଣ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇ ଗଠିତ ହୋଇଥିବା ପିଏମ କେୟାର ଫଣ୍ଡକୁ ଅର୍ଥ ପ୍ରଦାନ ପାଇଁ ବାରମ୍ବାର ଅନୁରୋଧ କରୁଛନ୍ତି । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ଏବଂ ସମସ୍ତ କାର୍ଯ୍ୟକୁ ସଫଳ ଭାବେ ସଂପାଦନା କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପାର୍ଟୀର କାର୍ଯ୍ୟକର୍ତାମାନଙ୍କୁ ଆହ୍ୱାନ ଦେଇଛନ୍ତି ।

ରାଜ୍ୟ ସଭାପତି ଶ୍ରୀ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଭୂବନେଶ୍ୱର ମହାନଗର ନିଗମ ଅଧିନସ୍ଥ ୬୭ଟି ୱାର୍ଡ ଏବଂ ୧୧ଟି ପଂଚାୟତରେ ବସବାସ କରୁଥିବା ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବିଭିନ୍ନ ପ୍ରକାରର ସେବା ଉପଲବ୍ଧ କରିବା ପାଇଁ ୱାର୍ଡ କମିଟି ଗଠନ କରାଯାଇଛି । ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ଉତର ନିର୍ବାଚନ ମଣ୍ଡଳୀ ନେତା ଦିଲୀପ ମହାନ୍ତି, ମଧ୍ୟ ଭୂବନେଶ୍ୱର ନେତା ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ନିର୍ବାଚନ ମଣ୍ଡଳୀ ନେତା ବାବୁ ସିଂହ, ଭୂବନେଶ୍ୱର ସାଂଗଠନିକ ଜିଲ୍ଲା ଅଧିନସ୍ଥ ୧୨ ଟି ମଣ୍ଡଳର ସଭାପତିଙ୍କ ସୁପାରିଶକ୍ରମେ ଏହି କମିଟି ଗଠନ କରାଯାଇଅଛି । ଏହି କମିଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ ସମସ୍ତ ସେବାକୁ ଜନସାଧାରଣଙ୍କ ପାଖରେ ପହଂଚାଇବା ପାଇଁ ଆଗାମୀ ଦିନରେ ସେତୁ ଭଳି କାର୍ଯ୍ୟ କରିବେ ବୋଲି ଜିଲ୍ଲା ସଭାପତି ଶ୍ରୀ ଖୁଂଟିଆ ଜଣାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

20 − 5 =