ଥମିବାର ନାଁ ଧରୁନି ସମୀରଙ୍କ ବିବାଦ

ମୁମ୍ବାଇ: ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲାରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅକୁ ଗିରଫ କରିଥିବା ଏନସିବି ଅଫିସର ସମୀର ୱାଙ୍ଖଡେଙ୍କ ଅଡ଼ୁଆ ଦିନକୁ ଦିନ ବଢିବାରେ ଲାଗିଛି । ଚାକିରିରୁ ବହିଷ୍କାର ଦାବି ନେଇ ବମ୍ବେ ହାଇକୋର୍ଟରେ ଆବେଦନ ହୋଇଛି । ଭାରତୀୟ ରାଜସ୍ୱ ସେବା IRSରେ ସାମିଲ ହେବା ସମୟରେ ଜାତି ଓ ଧର୍ମ ଖୁଲାସା କରିନାହାନ୍ତି । ଓ୍ଵାଙ୍ଖଡେ ମୁସଲିମ ହେବାର କଥା ଲୁଚାଇ ସିଭିଲ ସର୍ଭିସରେ ଚାକିରି ହାତେଇଥିଲେ । ଆବେଦନରେ ଦାବି କରାଯାଇଛି ଯେ, ସେ ଅନୁସୂଚିତ ଜାତିର ଛାତ୍ର କୋଟାରେ କଲେଜରେ ଆଡମିସନ କରିଥିଲେ । ତାଙ୍କୁ ଭାରତୀୟ ରାଜସ୍ୱ ସେବାରୁ ବହିଷ୍କାର କରାଯାଉ ବୋଲି ପିଟିସନ ଦାଖଲ ହୋଇଛି । ଅଶୋକ ମହାଦେବ କାମ୍ବଲେ ପିଟିସନ ଦାୟର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 + ten =