ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ

ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ପଣ୍ଡ। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍‌ସ୍କିଙ୍କୁ ହତ୍ୟା ଉଦ୍ୟମ ବିଫଳ ହୋଇଛି। ତାଙ୍କୁ ହତ୍ୟା କରିବାକୁ ରୁଷିଆନ ସ୍ପେଶାଲ ସର୍ଭିସେସ ୨୫ଜଣିଆ ଆତଙ୍କବାଦୀ ଦଳକୁ ନିୟୋଜିତ କରିଥିଲା। କିନ୍ତୁ ସେମାନେ ସ୍ଲୋଭାକିଆ- ହଙ୍ଗେରୀ ସୀମାନ୍ତରେ ଧରା ପଡ଼ିଛନ୍ତି। ଜେଲେନ୍‌ସ୍କିଙ୍କୁ ହତ୍ୟା କରିବାକୁ ସେମାନଙ୍କୁ ନିୟୋଜିତ କରାଯାଇଥିବା ଆତଙ୍କବାଦୀ ଦଳ କହିଛି।

ପୂର୍ବରୁ ମଧ୍ୟ ତିନି ତିନି ଥର ହତ୍ୟା ଉଦ୍ୟମରୁ ବର୍ତ୍ତିଛନ୍ତି ୟୁକ୍ରେନ ରାଷ୍ଟ୍ରପତି। ତାଙ୍କୁ ହତ୍ୟା ପାଇଁ କ୍ରେମଲିନ ୱାଗନର ଗ୍ରୁପ ଓ ଚେଚେନ ସ୍ପେଶାଲ ଫୋର୍ସଙ୍କୁ ନିୟୋଜିତ କରିଥିଲା। କିନ୍ତୁ ଏହି ଉଦ୍ୟମକୁ ରୁଷର ଫେଡେରାଲ ସିକ୍ୟୁରିଟି ବ୍ୟୁରୋ ପଣ୍ଡ କରିଥିଲା।

Share

Leave a Reply

Your email address will not be published. Required fields are marked *

three + eight =