ବଢିଲା ଅଙ୍ଗଡ଼ୱାଡି କର୍ମୀଙ୍କ ଦରମା

ଅଙ୍ଗନୱାଡି କର୍ମୀଙ୍କ ପାଇଁ ବଡ ଧରଣର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିର୍ବାଚନକୁ ଆଉ କିଛି ମାସ ବାକିଥିବା ବେଳେ କର୍ମୀ ମାନଙ୍କ ପାଇଁ ଭଣ୍ଡାର ଖୋଲିଛି କେନ୍ଦ୍ର । ଯେଉଁ ଅଙ୍ଗନୱାଡି କର୍ମୀ ୩୦୦୦ଟଙ୍କା ଦରମା ପାଇଥିଲେ ଏବେ ସେମାନେ ୪୫୦୦ ଟଙ୍କା ଦରମା ପାଇବେ ।ସେଭଳି ଯେଉଁମାନେ ୨୨୦୦ ଟଙ୍କା ପାଉଥିଲେ ସେମାନେ ୩୫୦୦ ଟଙ୍କା ପାଇବେ । ଆଉ ଯେଉଁମାନେ ୧୫୦୦ ଟଙ୍କା ପାଉଥିଲେ ସେମାନେ୨୨୫୦ ଟଙ୍କା ଦରମା ପାଇବେ । ଖାଲି କର୍ମୀ ନୁହେଁ ଆଶା କର୍ମୀ ମାନେ ମଧ୍ୟ ଦୁଇଗୁଣା ଅଧିକ ଦରମା ପାଇବେ ବୋଲି ମୋଦି ସରକାର ଘୋଷଣା କରିଛନ୍ତି ।ଦରମା ବୃଦ୍ଧି ସହିିତ ଆଶା କର୍ମୀ ମାନଙ୍କୁ ସ୍ୱସ୍ଥ୍ୟ ସେବା ମାଗଣାରେ ଯୋଗାଇ ଦିଆଯିବ ବୋଲି ମୋଦି ସରକାର ଘୋଷଣା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen + nineteen =