ପେପରଲେସ୍ ବଜେଟ୍ ପାଇଁ ବଞ୍ଚିବ ୭୫ ଲକ୍ଷ ପେଜ୍ କାଗଜ

ଭୁବନେଶ୍ୱର() ଆଜି ବିଧାନସଭାରେ ୨୦୨୦-୨୦୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ପଂଚମ ପାଳି ବିଜେଡି ସରକାରର ଏହି ଦ୍ୱିତୀୟ ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଗତ କରିବେ ।

ଏଥରର ବଜେଟ୍ରେ ରହିଛି କିଛି ସ୍ୱତନ୍ତ୍ରତା। କାରଣ ପୂର୍ବରୁ ବଜେଟ୍ ନିମନ୍ତେ ପୁସ୍ତିକା ଛପା ଯାଉଥିବା ବେଳେ ଏଥରର ବଜେଟ୍ ହେବ ପେପରଲେସ୍ । ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ସବୁ ମହଲରୁ ସ୍ୱାଗତ କରାଯାଇଛି। ଏଥର ବଜେଟ୍ ଡିଜିଟାଲ ମେଥଡରେ ଉପସ୍ଥାପିତ ହେବ । ଏଥିଯୋଗୁ ୭୫ ଲକ୍ଷ ପେଜ୍ କାଗଜ ବଞ୍ଚିଯିବ। ଯଦି ପୁସ୍ତିକା ଛପା ଯାଇଥାନ୍ତା, ତେବେ ଏଥିଲାଗି ହଜାରେରୁ ଅଧିକ ଗଛ କାଟିବାକୁ ପଡ଼ିଥାନ୍ତା।
ଏହି ଡିଜିଟାଲ ପ୍ରକ୍ରିୟାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରି କହିଛନ୍ତି- ସବୁଜ ଓ ନିରନ୍ତର ବିକାଶ ଲାଗି ରାଜ୍ୟ ସରକାର ବଦ୍ଧପରିକର। ଏହାସହ ଏଙ ଏଜଋଋଘ ଓ ଗ୍ରୀନ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

seven + two =