ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ 

ଜୟପୁର ()  ସଚିନ ପାଇଲଟ ଓ ଅନ୍ୟ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ  । ରାଜସ୍ଥାନ ହାଇକୋର୍ଟ ଏହି ରାୟ ଦେଇଛନ୍ତି  । ହାଇକୋର୍ଟଙ୍କ ରାୟ ଆସିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ଲାନ-ବି ଆରମ୍ଭ କରିଛନ୍ତି  । ରାଜ୍ୟପାଳଙ୍କ ସହ ସେ ଆଲୋଚନା କରିଥିବାବେଳେ ତାଙ୍କ ସମର୍ଥନରେ ଥିବା ବିଧାୟକମାନଙ୍କୁ ରାଜଭବନରେ ପ୍ୟାରେଡ଼ କରାଇବାକୁ ଅନୁମତି ମାଗିଛନ୍ତି  ।

ସୂଚନାଯୋଗ୍ୟଯେ, ପୂର୍ବରୁ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବାକୁ ହାଇକୋର୍ଟ କହିଥିଲେ  । ଦୁଇ ଦଫାରେ ସମୟ ଅବଧି ବୃଦ୍ଧି କରିଥିଲେ  । ଅପରପକ୍ଷରେ ହାଇକୋର୍ଟଙ୍କ ନିଦେ୍ର୍ଧଶକୁ ଚ୍ୟାଲେଞ୍ଜ କରି ରାଜସ୍ଥାନ ବାଚସ୍ପତି ସୁପ୍ରିମକୋର୍ଟ ଯାଇଥିଲେ ବି ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା ।

ଅପରପକ୍ଷରେ ସଚିନଙ୍କୁ ବିଜେପିକୁ ନେବା ପାଇଁ ରାଜସ୍ଥାନ ବିଜେପି ସଭାପତି ସତୀଶ ପୁନିଆ ଆଗ୍ରହୀ ଥିବା ଜଣାପଡ଼ିଛି  । ଏପରିକି ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରେ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି  । ତାଙ୍କୁ ଏକ ଗଣମାଧ୍ୟମ ପକ୍ଷରୁ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇପାରିବେ କି ବୋଲି ପ୍ରଶ୍ନ ହୋଇଥିଲା  । ଏହାର ଉତରରେ ପୁନିଆ କହିଲେଯେ, ଯଦି ପରିସ୍ଥିତି ଅନୁମତି ଦିଏ ତେବେ ସଚିନ ପାଇଲଟ ବି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି  । ତେବେ ଏଯାବତ ସଚିନ କଂଗ୍ରେସ ଛାଡ଼ିନାହାନ୍ତି  । ସେ ବିଜେପିକୁ ଯିବେ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

twelve + thirteen =