ଆମର ସଂଖ୍ୟା ଗରିଷ୍ଠତା ରହିଛି: ଗେହଲଟ

ନୂଆଦିଲ୍ଲୀ () ରାଜସ୍ଥାନ ହାଇକୋର୍ଟଙ୍କ ଉପରେ ଏବେ ସଭିଙ୍କ ନଜର  । ହାଇକୋର୍ଟ କି ରାୟ ଦେଉଛନ୍ତି ତାହାକୁ ଅପେକ୍ଷା କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ରୋହୀ ନେତା ସଚିନ ପାଇଲଟ  । ତେବେ ସେ ଯାହାହେଉନା କାହିଁକି ଗେହଲଟ ସରକାର ଆସ୍ଥା ଭୋଟର ସମ୍ମୁଖୀନ ହେବାକୁ ଯାଉଛନ୍ତି  ।

ଗତ ଛଅ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦୁଇଥର ରାଜ୍ୟପାଳ କାଲରାଜ ମିଶ୍ରଙ୍କୁ ଭେଟିଛନ୍ତି  । ଖୁବଶୀଘ୍ର ରାଜସ୍ଥାନ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ହେବୋଲି ଗେହଲଟ ସୂଚନା ଦେଇଛନ୍ତି  । ବିଧାନସଭାରେ ହିଁ ତାଙ୍କ ସରକାର ସ୍ଥିର ଓ ସମର୍ଥ ବୋଲି ସେ ପ୍ରତିପାଦିତ କରିବେ  । ଆମେ ସମସ୍ତେ ଏକାଠି ଅଛୁ ଓ ସରକାରଙ୍କର ସଂଖ୍ୟା ଗରିଷ୍ଠତା ରହିଛି ବୋଲି ସେ ସୂଚନା ଦେଇଛନ୍ତି  । ଏମିତିକି ପାଇଲଟଙ୍କ କ୍ୟାମ୍ପର କେତେକ ବିଧାୟକ ମଧ୍ୟ ତାଙ୍କ ସରକାରକୁ ଭୋଟ ଦେବେବୋଲି ଗେହଲଟ କହିଛନ୍ତି  ।

ବାଚସ୍ପତିଙ୍କ କାରଣ ଦର୍ଶାଅ ନୋଟିସ ବିରୋଧରେ ସଚିନ ପାଇଲଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି  । ଅପରପକ୍ଷରେ ବାଚସ୍ପତି ସୁପ୍ରିମକୋର୍ଟ ଯାଇଥିଲେ ମଧ୍ୟ ତାଙ୍କୁ ନିରାଶ ହେବାକୁ ପଡ଼ିଛି  । ତେଣୁ ହାଇକୋର୍ଟଙ୍କ ରାୟ ମହତ୍ୱପୂର୍ଣ୍ଣ ଥିବାବେଳେ ତାହା ଉପରେ ସଭିଙ୍କ ନିଘା ରହିଛି  ।

Share

Leave a Reply

Your email address will not be published. Required fields are marked *

20 − four =