Friday, October 30, 2026
Latestରାଜନୀତି

ହାପ୍ ଟାଇମ ନୂହେଁ ଫୁଲ ଟାଇମ ଦିଅ

ଭୁବନେଶ୍ୱର () କଂଗ୍ରେସ ପ୍ରତିଷ୍ଠା ଦିବସରେ ଜୋନ ସଭାପତିଙ୍କ କାନରେ ମନ୍ତ୍ର ଫୁଙ୍କିଲେ କଂଗ୍ରେସ ମୁଖିଆ । ଆଉ ତିନି ମାସ ରହିଲା ନିର୍ବାଚନ। ହାପ ଟାଇମ ନୂହେଁ ଫୁଲ ଟାଇମ ଦିଅ। କଂଗ୍ରେସ ପାଇଁ ନିଜକୁ ସର୍ମର୍ପିତ କର।

ଦଳକୁ ଯିଏ ବିଶୃଙ୍ଖଳା ସୃଷ୍ଟି କରୁଛି ତାକୁ ଗାଁରେ ଜବାବ ଦେବାକୁ ଜୋନ ସଭାପତି କହିଛନ୍ତି ପିସିସି ସଭାପତି। ବୁଥ କମିଟି ଗଠନରେ ବିଳମ୍ବ ପାଇଁ ଜୋନସଭାପତି ମାନଙ୍କୁ ତାଗିଦ କରିଛନ୍ତି ସଭାପତି। ଜାନୁୟାରୀ ୫ ତାରିଖ ସୁଦ୍ଧା ବୁଥ କମିଟି ଗଠନ କର। ଜ କମିଟି ଗଠନ କରି ଗାଁ ଗାଁ କଂଗ୍ରେସ ପ୍ରତିଶ୍ରୁତି ୫ ଘଣ୍ଟାରେ କୃଷି ଋଣଛାଡ, ଭତ୍ତା ୧ହଜାର ଟଙ୍କା କରିବା, ବିକେରୀଙ୍କୁ ନିଯୁକ୍ତି କଥାକୁ ଘରେ ଘରେ ପହଞ୍ଚାଅ। ଏହା ସହ ବିଜେଡି ଓ ବିଜେପି ସରକାର ବିଫଳତା ଏବଂ ଦୁର୍ନୀତିକୂ ଗାଁଗାଁରେ ପ୍ରଚାର କରିବାକୁ ଜୋନ ସଭାପତି ମାନଙ୍କୁ ନିର୍ଦେଶ ଦିଆଯାଇଛି। ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡର ଫର୍ମୁଲାକୁ ବ୍ୟବହାର କରିବ କଂଗ୍ରେସ।

ସେଥିପାଇଁ ଜୋନସଭାପତିମାନଙ୍କ କାନ୍ଧରେ ଅଧିକ ଦାୟୀତ୍ବ ଦେଇଛି କଂଗ୍ରେସ। ପ୍ରତ୍ୟେକ ଜୋନ ସଭାପତି ୫ଶହ ମେମ୍ବର କରିବାକୁ ଟାର୍ଗେଟ ଦିଆଯାଇଛି। ପ୍ରେଜେକ୍ଟ ଶକ୍ତି ଏବଂ ମୋ ବୁଥ ମୋ ଗୌରମ ଜରିଆରେ ମେମ୍ବର ସିପ ବଢ଼ାଇବାକୁ କୁହାଯାଇଛି। ଜୋନ ସଭାପତି ସମ୍ମିଳନୀରେ ୮୫୨ ଜଣ ସଭାପତି ଏବଂ ବିଭିନ୍ନ ପୌରାଞ୍ଚଳର ୧୧୪ ସଭାପତି ଯୋଗ ଦେଇଥିଲେ। ଏହାସହ ଚାଷୀଙ୍କ ସମସ୍ୟାନେଇ ଆସନ୍ତା ଜାନୁଆାରର ୮ ତାରିଖରେ ବିଜେଡିକୁ କାଉଣ୍ଟର କରିବା ପାଇଁ ସବୁ ଜିଲ୍ଲା ମୁଖ୍ୟଳାୟ ଆଗରେ କଂଗ୍ରେସ ଆନ୍ଦୋଳନ କରିବ।

Share

Leave a Reply

Your email address will not be published. Required fields are marked *

eight − six =