ନୀତି ନିର୍ଦ୍ଦେଶକ ହେଲେ ମାଲା ଆଡିଗା

ୱାଶିଂଟନ()  ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନଙ୍କ ପତ୍ନୀ ଜିଲ ବିଡେନଙ୍କ ନୀତି ନିଦେ୍ର୍ଧଶକ ଭାବରେ ନିଯୁକ୍ତ ହୋଇଛନ୍ତି ମାଲା ଆଡିଗା । ବିଡେନ-କମଲା ହାରିସ କ୍ୟାମ୍ପେନର ମୁଖ୍ୟ ପରାମର୍ଶଦାତା ରହିଥିବା ମାଲା ପ୍ରଥମ ଭାରତୀୟ ଭାବରେ ଏହି ପଦବୀ ଅଳଙ୍କୃତ କରିବେ । ପୂର୍ବରୁ ଆଡିଗା ବିଡେନ ଫାଉଣ୍ଡେସନର ଉଚ୍ଚଶିକ୍ଷା ଏବଂ ପ୍ରତିରକ୍ଷା ବିଭାଗର ନିଦେ୍ର୍ଧଶିକା ଥିଲେ ।
ପେଶାରେ ଜଣେ ଓକିଲ ମାଲା ଓବାମାଙ୍କ ରାଷ୍ଟ୍ରପତିତ୍ୱ କାଳରେ ଶିକ୍ଷା ଏବଂ ସାଂସ୍ୃତିକ ବିଭାଗର ସହକାରୀ ସଚିବ ରହିଥିଲେ । ଏହା ସହିତ ମହିଳାଙ୍କ ସମସ୍ୟାକୁ ନେଇ ମୁଖ୍ୟ ପରାମର୍ଶଦାତା ଏବଂ ମାନବାଧିକାର କମିଶନରେ କାର୍ଯ୍ୟ କରିଥିଲେ ଆଡିଗା । ଇଲ୍ଲିନୋଇସର ବାସିନ୍ଦା ଆଡିଗା ମିନ୍ନେସୋଟା ବିଶ୍ୱ ବିଦ୍ୟାଳୟର ଗୀନେଲ କଲେଜରୁ ସ୍ପାତକ ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତିତ ଚିକାଗୋ ଆଇନ ବିଶ୍ୱବିଦ୍ୟାଳୟରୁ ଓକିଲାତିର ଡିଗ୍ରୀ ହାସଲ କରିଥିଲେ ।୨୦୦୮ରେ ଓବାମାଙ୍କ କ୍ୟାମ୍ପେନରେ ସାମିଳ ହୋଇଥିଲେ ଆଡିଗା ।
ଓବାମା ବିଜୟୀ ହେବା ପରେ ଆଡିଗାଙ୍କୁ ସହକାରୀ ଆଟର୍ଣ୍ଣି ଜେନେରାଲ ଭାବରେ ନିଯୁକ୍ତି ମିଳିଥିଲା । ଗୁରୁବାର ବିଡେନ ଆଡିଗାଙ୍କ ସମେତ ଆଉ ୪ ଜଣ ଅଧିକାରୀଙ୍କ ନାମ ଘୋଷଣା କରିଛନ୍ତି । ଏହା ମଧ୍ୟରେ ରହିଛନ୍ତି ଲୁଇସା ଟେରେଲ, କାର୍ଲୋସ ଏଲିଜୋଣ୍ଡୋ ଏବଂ ଡ. ଜିଲ ବିଡେନଙ୍କ ନାମ ଘୋଷଣା କରିଛନ୍ତି ଜୋ ବିଡେନ ।

Share

Leave a Reply

Your email address will not be published. Required fields are marked *

3 × three =