5ମ ଥର ସରକାର ଗଠନର ଦ୍ବାରଦେଶରେ ନବୀନ, ଦେଖନ୍ତୁ କିଏ କେତେ ଆସନ ପାଇବେ …

ଭୁବନେଶ୍ବର () ଗତକାଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବୁଥ ଫେରନ୍ତା ବା ଏକଜିଟ ପୋଲ ରିପୋର୍ଟକୁ ନେଇ ତର୍ଜମା ଏବଂ ଆଲୋଚନା ପର୍ଯ୍ୟାଲୋଚନା ଚାଲିଥିବା ବେଳେ ଓଡିଶାରେ ଚିତ୍ର କିନ୍ତୁ ସୁସ୍ପଷ୍ଟ । ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ପଂଚମ ଥର ପାଇଁ ଓଡିଶାରେ ସରକାର ଗଠନ କରିବାକୁ ଯାଉଛି । ଚାରୋଟି ପର୍ଯ୍ୟାୟରେ ହୋଇଥିବା 146ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ପରେ ଭୋଟରଙ୍କ ମୁଡ ଆଧାରରେ ପ୍ରସ୍ତୁତ ଏକାଧିକ ସର୍ଭେ ରିପୋର୍ଟରୁ ଏହାର ସ୍ପଷ୍ଟ ସଙ୍କେତ ମିଳିସାରିଛି ।

2014 ନିର୍ବାଚନରେ 117 ବିଧାନସଭା ଆସନ ଦଖଲ କରିଥିବା ବିଜେଡି ଏଥର 115ରୁ 120 ଆସନ ଦଖଲ କରିବାକୁ ଯାଉଛି ବୋଲି ଏହି ଆକଳନ କହୁଛି । ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଭାବମୂର୍ତ୍ତୀ, ଲୋକାଭିମୁଖୀ ଯୋଜନା ଏବଂ ବିକାଶ ଏଜେଣ୍ଡା ଦ୍ବାରା ବିଜେଡି 2019ରେ ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ବ୍ରହ୍ମପୁର, କଟକ, ଭୁବନେଶ୍ବର, ସମ୍ବଲପୁର, ବରଗଡ, ବାଲେଶ୍ବର, କେନ୍ଦୁଝର, ଆସିକା ଓ କନ୍ଧମାଳ ଆଦି ନିର୍ବାଚନମଣ୍ଡଳୀରେ ଆକର୍ଷଣୀୟ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି ।

ବିଧାନସଭା ଫଳାଫଳ ପୂର୍ବାନୁମାନ
(ବରଗଡ ଲୋକସଭା କ୍ଷେତ୍ର)

ପଦ୍ମପୁର – ବିଜେଡି

ବିଜେପୁର – ବିଜେଡି

ବରଗଡ – ବିଜେଡି

ଅତାବିରା – ବିଜେଡି

ଭଟଲି – ବିଜେଡି

ବ୍ରଜରାଜନଗର – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ଝାରସୁଗୁଡା – ବିଜେଡି

(ସୁନ୍ଦରଗଡ ଲୋକସଭା କ୍ଷେତ୍ର)

ତଳସରା – କଂଗ୍ରେସ

ସୁନ୍ଦରଗଡ – ବିଜେଡି

ବିରମିତ୍ରପୁର – କଂଗ୍ରେସ

ରଘୁନାଥପଲ୍ଲୀ – ବିଜେଡି

ରାଉଲକେଲା – ବିଜେଡି

ରାଜଗାଙ୍ଗପୁର – ବିଜେଡି

ବଣାଇ – ସିପିଏମ

(ସମ୍ବଲପୁର ଲୋକସଭା କ୍ଷେତ୍ର)

କୁଚିଣ୍ଡି – ବିଜେଡି ଓ ବିଜେପି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ରେଙ୍ଗାଲି – ବିଜେଡି

ସମ୍ବଲପୁର – ବିଜେଡି

ରେଢାଖୋଲ – ବିଜେଡି

ଦେବଗଡ – ବିଜେପି

ଛେଣ୍ଡିପଦା – ବିଜେଡି

ଆଠମଲ୍ଲିକ – ବିଜେଡି

(କେନ୍ଦୁଝର ଲୋକସଭା କ୍ଷେତ୍ର)

ତେଲକୋଇ – ବିଜେଡି

ଘସିପୁରା – ବିଜେଡି

ଆନନ୍ଦପୁର – ବିଜେଡି ଓ କଂଗ୍ରେସ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ପାଟଣା – ବିଜେଡି

କେନ୍ଦୁଝର – ବିଜେଡି

ଚମ୍ପୁଆ – ବିଜେଡି

କରଞ୍ଜିଆ – ବିଜେଡି

(ମୟୁରଭଂଜ ଲୋକସଭା କ୍ଷେତ୍ର)

ଯଶିପୁର – ବିଜେଡି

ସାରସକଣା – ବିଜେପି/ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ରାଇରଙ୍ଗପୁର – ବିଜେଡି

ବାଙ୍ଗିରିପୋଷି – ବିଜେଡି

ଉଦଳା – ବିଜେପି

ବାରିପଦା – ବିଜେଡି

ମୋରଡା – ବିଜେଡି

(ବାଲେଶ୍ବର ଲୋକସଭା କ୍ଷେତ୍ର)

ବଡସାହି – ବିଜେଡି

ଜଳେଶ୍ବର – ବିଜେଡି

ଭୋଗରାଇ – ବିଜେଡି

ବସ୍ତା – ବିଜେଡି

ବାଲେଶ୍ବର – ବିଜେଡି

ରେମୁଣା – ବିଜେଡି

ନିଳଗିରି – ବିଜେଡି

(ଭଦ୍ରକ ଲୋକସଭା କ୍ଷେତ୍ର)

ସୋର – ବିଜେଡି

ସିମୁଳିଆ – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ଭଣ୍ଡାରିପୋଖରୀ – ବିଜେଡି

ଭଦ୍ରକ – ବିଜେଡି

ଧାମନଗର – କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ଚାନ୍ଦବାଲି – ବିଜେଡି

(ଯାଜପୁର ଲୋକସଭା କ୍ଷେତ୍ର)

ବିଞ୍ଝାରପୁର – ବିଜେଡି

ବରି – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ବଡଚଣା – ବିଜେଡି

ଧର୍ମଶାଳା – ବିଜେଡି

କୋରେଇ – ବିଜେଡି

ସୁକିନ୍ଦା – ବିଜେଡି

(ଢେଙ୍କାନାଳ ଲୋକସଭା କ୍ଷେତ୍ର)

ଢେଙ୍କାନାଳ – ବିଜେଡି

ହିନ୍ଦୋଳ – ବିଜେଡି

କାମାକ୍ଷାନଗର – ବିଜେଡି

ପରଜଙ୍ଗ – ବିଜେଡି

ପାଲଲହଡା – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ତାଳଚେର – ବିଜେଡି

ଅନୁଗୁଳ – କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

(ବଲାଙ୍ଗିର ଲୋକସଭା କ୍ଷେତ୍ର)

ବିରମହାରାଜପୁର – ବିଜେଡି

ସୋନପୁର – ବିଜେଡି

ଲୋଇସିଙ୍ଗା – ବିଜେପି

ପାଟଣାଗଡ – ବିଜେଡି

ବଲାଙ୍ଗିର – ବିଜେଡି

ଟିଟଲାଗଡ – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

କଣ୍ଟାବାଞ୍ଝି – ବିଜେଡି

(କଳାହାଣ୍ଡି ଲୋକସଭା କ୍ଷେତ୍ର)

ନୂଆପଡା – ବିଜେଡି

ଖରିଆର – କଂଗ୍ରେସ

ଲାଂଜିଗଡ – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ଜୁନାଗଡ – ବିଜେଡି

ଧର୍ମଗଡ – ବିଜେଡି

ଭବାନିପାଟଣା – ବିଜେଡି

ନର୍ଲା – ବିଜେଡି

(ନବରଙ୍ଗପୁର ଲୋକସଭା କ୍ଷେତ୍ର)

ଉମରକୋଟ – ବିଜେପି

ଝରିଗାଁ – ବିଜେଡି

ନବରଙ୍ଗପୁର – ବିଜେଡି

ଡାବୁଗାଁ – କଂଗ୍ରେସ

କୋଟପାଡ – କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ମାଲକାନଗିରି – ବିଜେଡି

ଚତ୍ରକୋଣ୍ଡା – ବିଜେଡି

(କନ୍ଧମାଳ ଲୋକସଭା କ୍ଷେତ୍ର)

ବାଲିଗୁଡା – ବିଜେଡି

ଜି.ଉଦୟଗିରି – ବିଜେଡି

ଫୁଲବାଣୀ – ବିଜେଡି

କଣ୍ଟାମାଳ – ବିଜେଡି

ବୌଦ୍ଧ – ବିଜେପି

ଦଶପଲ୍ଲା – ବିଜେଡି

ଭଂଜନଗର – ବିଜେଡି

(ଆସିକା ଲୋକସଭା କ୍ଷେତ୍ର)

ପୋଲସରା – ବିଜେଡି

କବିସୂର୍ଯ୍ୟନଗର – ବିଜେଡି

ଖଲିକୋଟ – ବିଜେଡି

ଆସିକା – ବିଜେଡି

ସୁରୋଡା – ବିଜେଡି

ସାନଖେମୁଣ୍ଡି – ବିଜେଡି

ହିଂଜିଳି – ବିଜେଡି

(ବ୍ରହ୍ମପୁର ଲୋକସଭା କ୍ଷେତ୍ର)

ଛତ୍ରପୁର – ବିଜେଡି

ଗୋପାଳପୁର – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ବ୍ରହ୍ମପୁର – ବିଜେଡି

ଦିଗପହଣ୍ଡି – ବିଜେଡି

ଚିକିଟି – ବିଜେଡି

ମୋହନା – ବିଜେଡି

ପାରଳାଖେମୁଣ୍ଡି – ବିଜେପି ଓ ସ୍ବାଧୀନଙ୍କ ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

(କୋରାପୁଟ ଲୋକସଭା କ୍ଷେତ୍ର)

ଗୁଣୁପୁର – ବିଜେଡି

ବିଷମକଟକ – ବିଜେଡି

ରାୟଗଡା – ବିଜେଡି

ଲକ୍ଷ୍ମୀପୁର – ବିଜେଡି

ଜୟପୁର – କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

କୋରାପୁଟ – ବିଜେଡି

ପଟାଙ୍ଗୀ – ବିଜେଡି

(କଟକ ଲୋକସଭା କ୍ଷେତ୍ର)

ବଡମ୍ବା – ବିଜେପି

ବାଙ୍କି – ବିଜେଡି

ଆଠଗଡ – ବିଜେଡି

ବାରବାଟି କଟକ – କଂଗ୍ରେସ ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ଚୌଦ୍ବାର କଟକ – ବିଜେଡି

କଟକ ସଦର – ବିଜେଡି

ଖଣ୍ଡପଡା – ବିଜେଡି

(କେନ୍ଦ୍ରାପଡା ଲୋକସଭା କ୍ଷେତ୍ର)

ସାଲେପୁର – ବିଜେଡି

ମାହାଙ୍ଗା – ବିଜେଡି

ପାଟକୁରା – ନର୍ବାଚନ ହୋଇନାହିଁ
କେନ୍ଦ୍ରାପଡା – ବିଜେଡି

ଆଳି – ବିଜେଡି

ରାଜନଗର – ବିଜେଡି

ମହାକାଳପଡା – ବିଜେଡି

(ଜଗତସିଂହପୁର ଲୋକସଭା କ୍ଷେତ୍ର)

ନିଆଳି – ବିଜେଡି

ପାରାଦ୍ବୀପ – ବିଜେଡି

ତିର୍ତ୍ତୋଲ – ବିଜେଡି

ବାଲିକୁଦା-ଏରସମା – ବିଜେଡି

ଜଗତସିଂହପୁର – କଂଗ୍ରେସ

କାକଟପୁର – ବିଜେଡି

ନିମାପଡା – ବିଜେଡି

(ପୁରୀ ଲୋକସଭା କ୍ଷେତ୍ର)

ପୁରୀ – ବିଜେଡି

ବ୍ରହ୍ମଗିରି – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ସତ୍ୟବାଦୀ – ବିଜେଡି

ପିପିଲି – ବିଜେଡି

ଚିଲିକା – ବିଜେଡି

ରଣପୁର – ବିଜେଡି

ନୟାଗଡ – ବିଜେଡି

(ଭୁବନେଶ୍ବର ଲୋକସଭା କ୍ଷେତ୍ର)

ଜୟଦେବ – ବିଜେଡି

ଭୁବନେଶ୍ବର ମଧ୍ୟ – ବିଜେଡି

ଭୁବନେଶ୍ବର ଉତ୍ତର – ବିଜେଡି

ଏକାମ୍ର ଭୁବନେଶ୍ବର – ବିଜେଡି

ଜଟଣୀ – କଂଗ୍ରେସ

ବେଗୁନିଆ – ବିଜେଡି

ଖୋର୍ଦ୍ଧା – ବିଜେପି ଓ ବିଜେଡି ମଧ୍ୟରେ କଡା ପ୍ରତିଦ୍ବନ୍ଦ୍ବିତା

ଲୋକସଭା ଆସନର ପୁର୍ବାନୁମାନ
ବିଜେଡି- 18, ବିଜେପି-3, କଂଗ୍ରେସ-0

ବରଗଡ – ବିଜେଡି

ସମ୍ବଲପୁର – ବିଜେଡି

କେନ୍ଦୁଝର – ବିଜେଡି

ମୟୁରଭଂଜ – ବିଜେଡି

ବାଲେଶ୍ବର – ବିଜେଡି

ଯାଜପୁର – ବିଜେଡି

ଢେଙ୍କାନାଳ – ବିଜେଡି

କଳାହାଣ୍ଡି – ବିଜେଡି

ନବରଙ୍ଗପୁର – ବିଜେଡି

କନ୍ଧମାଳ – ବିଜେଡି

ଆସିକା – ବିଜେଡି

ବ୍ରହ୍ମପୁର – ବିଜେଡି

କୋରାପୁଟ – ବିଜେଡି

କଟକ – ବିଜେଡି

କେନ୍ଦ୍ରାପଡା – ବିଜେଡି

ଜଗତସିଂହପୁର – ବିଜେଡି

ପୁରୀ – ବିଜେଡି

ଭୁବନେଶ୍ବର – ବିଜେଡି

ସୁନ୍ଦରଗଡ – ବିଜେପି

ବଲାଙ୍ଗିର – ବିଜେପି

ଭଦ୍ରକ – ବିଜେପି

ଯଦିଓ ନିର୍ବାଚନ ପୂର୍ବରୁ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ବନ୍ଦିତା ହେବାର ସମ୍ଭାବନା ଥିଲା, ଅଧିକାଂଶ ଆସନରେ କିନ୍ତୁ ବିଜେପି ଓ ବିଜେଡି ମଧ୍ୟରେ ଲଢେଇ ହୋଇଛି । ପୂର୍ବ ଭାରତରେ ଓଡିଶାରୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓ ଅନେକ କେନ୍ଦ୍ର ମନ୍ତ୍ରୀ ନିର୍ବାଚନ ସମୟରେ ଘନଘନ ଗସ୍ତ କରିଥିଲେ ।

ନିର୍ବାଚନ ସମୟରେ ମୋଦି 10 ଥର ଓ ଅମିତ ଶାହା 18 ଥର ଗସ୍ତ କରିଥିଲେ । ପ୍ରାୟ 50 ଜଣ ବିଜେପିର କେନ୍ଦ୍ର ମନ୍ତ୍ରୀ ଓ ବରିଷ୍ଠ ନେତାମାନେ ଓଡିଶାରେ ପ୍ରଚାର କରିଛନ୍ତି । ନିର୍ବାଚନ ସମୟରେ ନେତାମାନେ ବିଭିନ୍ନ ପ୍ରସଙ୍ଗରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଲଢେଇ ମୁଖ୍ୟତଃ ଥିଲା ନବୀନ ପଟ୍ଟନାୟକ ବନାମ ନରେନ୍ଦ୍ର ମୋଦି ।

ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ 100ରୁ ଅଧିକ ରାଲିକୁ ସମ୍ବୋଧିତ କରିଥିବା ବେଳେ ନିଜେ ନିଜର 19 ବର୍ଷର ମୁଖ୍ୟମନ୍ତ୍ରୀତ୍ବ ଇତିହାସରେ ପ୍ରଥମ ଥର ପାଇଁ ଦୁଇଟି ବିଧାନସଭା କ୍ଷେତ୍ରରୁ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।

ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଓଡିଶାରେ 5ଟି ନିର୍ବାଚନୀ ସଭାକୁ ସମ୍ବୋଧିତ କରିଛନ୍ତି । ରାଜ୍ୟରେ ଏଥର ତ୍ରିମୁଖୀ ପ୍ରତିଦ୍ବନ୍ଦ୍ବିତାରେ ବିଜେଡି ବିରୋଧୀ ଭୋଟ କଂଗ୍ରେସ ଓ ବିଜେପି ମଧ୍ୟରେ ବିଭାଜିତ ହୋଇଥିଲା । ସେପଟେ କଂଗ୍ରେସର ଦୁର୍ବଳ କ୍ୟାମ୍ପେନ ବିଜେଡିକୁ ଫାଇଦା ଦେଇଥିବା ଆକଳନ କରାଯାଉଛି । ସେହିଭଲି 2014 ଭଳି 2019ରେ ମଧ୍ୟ ଓଡିଶାରେ ମୋଦି ଫ୍ୟାକ୍ଟର ବିଶେଷ କାମ ଦେଇନି ବୋଲି ଅନୁମାନ କରାଯାଉଛି । ଯଦିଓ ସହରାଞ୍ଚଳରେ ମୋଦି ହାୱାରେ ଭୋଟର ପ୍ରଭାବିତ ହୋଇଛନ୍ତି, ଗ୍ରାମୀଣ ଭୋଟରଙ୍କୁ କିନ୍ତୁ ମୋଦି ଫ୍ୟାକ୍ଟର କାମ ଦେଇନି ବୋଲି ରାଜନୈତିକ ସମୀକ୍ଷକମାନେ ବିଶ୍ଳେଷଣ କରୁଛନ୍ତି ।

2009ରେ ବିଭିନ୍ନ ଜାତୀୟ ଏକଜିଟ ପୋଲ ବିଜେଡି ସପକ୍ଷରେ ଲୋକସଭାରେ 6ରୁ 7ଟି ଆସନର ପୂର୍ବାନୁମାନ କରୁଥିଲା ବେଳେ ବିଜେଡି 14ଟି ଆସନ ଜିତିଥିଲା । 2014ରେ ସେହିଭଳି 12ରୁ 14ଟି ଆସନ ଜିତିବ ବୋଲି ଆକଳନ କରାଯାଉଥିଲା ବେଳେ ଦଳ 20ଟି ଲୋକସଭା ଆସନ ଦଖଲ କରିଥିଲା ।

Share

Leave a Reply

Your email address will not be published. Required fields are marked *

fourteen − 11 =