ବରିଷ୍ଠ ନାଗରିକଙ୍କ ସହ କଥା ହୋଇ ସ୍ୱାସ୍ଥାବସ୍ଥା କଥା ବୁଝିଲେ ମୋଦି

ଭୁବନେଶ୍ୱର () କରୋନା ମାନେନି ବୟଷ, ଜାତି ଧର୍ମ କି ଧନୀ ଗରିବ । ଯେକୌଣସି ସମୟରେ ଯେକୌଣସି ବର୍ଗର ଲୋକେ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି । ତେବେ ସବୁଠାରୁ ଅଧିକ ସମ୍ବଦନଶୀଳ ହେଉଛନ୍ତି ୬୦ ବର୍ଷରୁ ଅଧିକ ବୟଷର ବ୍ୟକ୍ତି । ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଦଳର କିଛି ବରିଷ୍ଠ ନାଗରିକଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି । ଏହିସବୁ ବ୍ୟକ୍ତିମାନେ ଦିନେ ଦଳର ବିଭିନ୍ନ ପଦପଦବୀରେ ଥିଲେ । ଏବେ ଆଉ ରାଜନୀତିରେ ନାହାଁନ୍ତି । ବୟଷର ଶେଷ ସମୟରେ ସେମାନେ ଘରେ ରହିଯାଇଛନ୍ତି । ନିଜ ପରିବାର ସହ । କାହାର ପୁଅ ଝିଅ ଦେଶ ବାହାରେ ଅଛନ୍ତି ତ କିଏ ପରିବାର ସହ ରହୁଛନ୍ତି । ପ୍ରଧାନମନ୍ତ୍ରୀ ଏହି ପୂର୍ବତନ ବରିଷ୍ଠ ଦଳୀୟ କର୍ମକତ୍ର୍ତାଙ୍କ ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ସୁରକ୍ଷିତ ଓ ସୁସ୍ଥ ରହିବାକୁ ପରାମର୍ଶ ଦେଇଥିଲେ । ପରିଣତ ବୟଷରେ ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ କଥା ହୋଇ ଏହି ବରିଷ୍ଠ ନାଗରିକମାନେ ବେଶ ଉତ୍ସାହିତ ମଧ୍ୟ ।

Share

Leave a Reply

Your email address will not be published. Required fields are marked *

7 − four =