Friday, October 30, 2026
Latestରାଜନୀତି

ପୌର ନିର୍ବାଚନରେ ଲାଗିବନି କୋଭିଡ୍ କଟକଣା, ସ୍ଥିତି ଦେଖି ନିୟମରେ ହୋଇପାରେ ପରିବର୍ତ୍ତନ

ପୌର ନିର୍ବାଚନ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ନିର୍ବାଚନ ଆୟୋଗ। ସେ କହିଛନ୍ତି ଯେ, ୧୮୯୯ଟି ୱାର୍ଡରେ ପୌର ନିର୍ବାଚନ ହେବ। ଏଥିପାଇଁ ୪୪୭୫ଟି ବୁଥ୍ ପ୍ରସ୍ତୁତ ରହିଛି। ୪୨ ଲକ୍ଷ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିରୂପଣ କରିବେ। ତେବେ ଆଜି ୩ଟା ସୁଦ୍ଧା ନାମାଙ୍କନ ଦାଖଲର ଶେଷ ସମୟ ରହିଛି। ମାର୍ଚ୍ଚ ୯ ତାରିଖରେ ନାମାଙ୍କନ ଯାଞ୍ଚ୍ ହେବ। ୧୪ ମାର୍ଚ୍ଚ ଦିନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ।

ନିର୍ବାଚନ ଆୟୋଗ କହିଛନ୍ତି ଯେ, ଏଥର ନିର୍ବାଚନ ଇଭିଏମ୍‌ରେ କରାଯିବ। ପ୍ରତି ବୁଥ୍‌ରେ ଦୁଇଟି ଇଭିଏମ୍ ରହିବ। ଗୋଟିଏ କର୍ପୋରେଟର ଏବଂ ଆଉ ଗୋଟିଏ ମେୟର ପାଇଁ ରହିବ। ଇଭିଏମ୍ ରହିବା ପାଇଁ ୩ଟା ଷ୍ଟ୍ରଙ୍ଗ୍ ରୁମ୍ ହେବ। ପ୍ରତି ବୁଥ୍‌ରେ ଜଣେ ପ୍ରିଜାଇଡିଂ ଅଫିସର ରହିବେ। ଆଉ ୪ ଜଣ ପୁଲିଂ ଅଫିସର ରହିବେ। ତେବେ ନିର୍ବାଚନରେ କୌଣସି କୋଭିଡ୍ ସଂକ୍ରାନ୍ତୀୟ କଟକଣା ରହିବ ନାହିଁ। ପରେ ସ୍ଥିତି ଦେଖି ନିୟମ ପରିବର୍ତ୍ତନ ହୋଇପାରେ।

Share

Leave a Reply

Your email address will not be published. Required fields are marked *

16 − ten =