ଏଣିକି ଲକଡାଉନର ସମୟ ନୁହେଁ, ବରଂ ଅନଲକର ସମୟ

ନୂଆଦିଲ୍ଲୀ()କରୋନା ସଙ୍କଟ ଯୋଗୁଁ ଦେଶର ଆର୍ଥିକ ସ୍ଥିତି ବିଗିଡିବାରେ ଲାଗିଛି, ଯାହାକୁ ସୁଧାରିବାରେ ଲାଗିପଡିଛନ୍ତି କେନ୍ଦ୍ର ସରକାର । ଏହାରି ମଧ୍ୟରେ ଭାରତୀୟ ଉଦ୍ୟୋଗ ପରିସଂଘ ବା CIIର ବାର୍ଷିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ମୋଦୀ କହିଛନ୍ତି ଯେ, ଭୂତାଣଠାରୁ ରକ୍ଷା ପାଇବା ସହ ଅର୍ଥ ବ୍ୟବସ୍ଥା ରକ୍ଷା କରିବାକୁ ପଡିବ । ଏହି ଦିଗରେ ଦେଶର ପ୍ରତିଭା ଓ ଟେକନୋଲୋଜି ଉପରେ ମୋର ଭରସା ରହିଛି । ଦେଶ ଓ ଉଦ୍ୟୋଗପତିଙ୍କ ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ।’

ଏହା ସହ ମୋଦୀ କହିଛନ୍ତି ଯେ, ଏଣିକି ଲକଡାଉନର ସମୟ ନୁହେଁ, ବରଂ ଅନଲକର ସମୟ । କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ୫୩ ହଜାର କୋଟିର ସହାୟତ ରାଶି ଦିଆଯାଇଛି । ୭୪ ଲୋକଙ୍କ ଘରେ ରାସନ ସାମର୍ଗୀ ପହଞ୍ଚାଯାଇଛି । ୮ କୋଟି ହିତାଧିକାରୀଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି । ଏବେ କୃଷକମାନେ ନିଜର ଫସଲକୁ ଯେକୌଣସି ରାଜ୍ୟରେ ବିକ୍ରି କରିପାରିବେ । କୋଇଲା କ୍ଷେତ୍ରରେ ଘରୋଇ କମ୍ପାନୀକୁ ସୁଯୋଗ ମିଳିବ । MSME କ୍ଷେତ୍ର  ଦେଶ ବିକାଶର ଇଞ୍ଜିନ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।’

Share

Leave a Reply

Your email address will not be published. Required fields are marked *

2 × three =