ଆସନ୍ତାକାଲି ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ

ନୂଆଦିଲ୍ଲୀ ()ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରେ ଜାରି ହୋଇଥିବା ୨୧ ଦିନିଆ ଲକ୍ଡାଉନ୍ ଅବଧି ମଙ୍ଗଳବାର ସମାପ୍ତ ହେବାକୁ ଯାଉଛି । ଏହାସହ ଏହି ଲକ୍ଡାଉନ୍ ଅବଧି ବୃଦ୍ଧି ପାଇଁ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ରଖାଯାଇଛି । ତେଣୁ ଲକ୍ଡାଉନ୍ ଅବଧି ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଗତ ଭିଡ଼ିଓ କନଫରେନ୍ସିଂ ଆଲୋଚନା ସମୟରେ ଅଧିକାଂଶ ମୁଖ୍ୟମନ୍ତ୍ରୀ ଦେଶରେ ଜାରି ରହିଥିବା ଲକ୍ଡାଉନ୍ ଅବଧି ବୃଦ୍ଧି କରାଯାଉ ବୋଲି ମତ ରଖିଥିଲେ । ନଚେତ୍ ଦେଶରେ କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଦିଗରେ ଯେଉଁ ସଫଳତା ମିଳିଛି ତାହା ବୃଥା ସାବ୍ୟସ୍ତ ହେବ । ଏବଂ ଲକ୍ଡାଉନ୍ ହଟାଇ ଦିଆଗଲେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୁଖ୍ୟମନ୍ତ୍ରୀମାନେ ମତ ରଖିଥିଲେ । ଅନ୍ୟପଟେ ଆଗୁଆ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର, ପଞ୍ଜାବ, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ରାଜ୍ୟ ସରକାର ଲକ୍ଡାଉନ୍ ଅବଧି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିସାରିଛନ୍ତି ।

Share

Leave a Reply

Your email address will not be published. Required fields are marked *

five × four =