ପ୍ରତି ମାସରେ ମାଓ ସମୀକ୍ଷା

ଭୁବନେଶ୍ୱର () ଏଣିକି ପ୍ରତ୍ଯକ ମାସରେ ହେବ ମାଓ ସମୀଖ୍ଯା ବୈଠକ। ଓଡିଶା ସୀମାରେ ତଥା ସୀମାନ୍ତବର୍ତ୍ତି ରାଜ୍ଯରେ ନକ୍ସଲଂକ ଗତିବିଧି ସମ୍ପର୍କରେ ଅବଗତ ପାଇଁ  ଡିଜିପି ତଥା ଏସସପି ସ୍ତରରେ ପ୍ରତ୍ୟେକ ମାସରେ  ହେବ ସମୀକ୍ଷା ବୈଠକ । ଯାହା ଦ୍ବାରା ଦିନକୁ ଦିନ ବଢୁଥିବା ନକ୍ସଲଂକ ନୁଆ ନୁଆ ଟେକନିକ ଓ ନୁଆ ଚାଲ ଉପରେ ଜାଣି ହେବ। ଏଥି ସହ ମାଓ ଅଧିୁଷିତ ଅଂଚଳରେ ଲୋକଂକ ସୁରକ୍ଷା ଓ ନକ୍ସଲଙ୍କ ଗତିବିଧି ସମ୍ପର୍କରେ ଅବଗତ ହୋଇପାରିବ।

ତେବେ ଆଜି ବସିଥିବା ଆନ୍ଧ୍ର ଓଡିଶା ବୈଠକେ ବିଶେଷ କରି ବିଗତ ଦିନରେ ଦେଖାଦେଇଥିବା ମାଓ ହମଲା ଓ ମାଓବାଦିଂକ ଗତିବିଧି ସମ୍ପର୍କରେ ଆଲୋଚନା ହୋଇଛି। ବିଶେଷ କରି ମାଓ ସିମାନ୍ତରେ ଆନ୍ଧ୍ର ଓ ଓଡିଶା ପୋଲିସର ଜଏଣ୍ଟ ଅପରେସନ କିଭଳି ହୋଇପାରିବ, ଭତିଭମିର ବିକାଶ ଯଥା ରାସ୍ତା ନିର୍ମାଣ, ମୋବାଇଲ ନେଟୱର୍କ ଉନ୍ନତି କରଣ ସମ୍ପର୍କରେ ବିଶେଷ ଆଲୋଚନା କରାଯାଇଛି। ତେବେ ଆହୁରି ଅଧିକ ଫୋର୍ସର ଆବଶ୍ଯକକା ରହିଛି।

ଓଡିଶା ବର୍ଡରରେ ବିଏସଫ ଓ ଆନ୍ଧ୍ର ବର୍ଡରେ ସିଆରପିଏଫ ଜବାନ ମୁତୟନ ରହିଛନ୍ତି। ତେବେ ଆନ୍ଧ୍ରରେ ନଗ୍ସଲଂକ ପୁର୍ବତନ ଏମଏଲଓ ଜଣେ ଏମଏଲଏଙ୍କୁ ହତ୍ଯା ପରେ ବର୍ଡରରେ ଅଧିକ କଡାକଡି କରାଯାଇଛି। ଆନ୍ଧ୍ର ପୋଲିସ ଡିଜି କହିଛନ୍ତି ଏଭଳି ଘଟଣା ପରେ  ଆମେ ମିଳିତ ଅପରେସନ ଜାରି ରଖିଛୁ,ଯାହା ଏବେ ଚାଲୁ ରହିଛି।ସ୍ଥାନୀୟ ଅଚଳରେ ସୁରଖ୍ଯା ବଢାସାଇଛି।ରାସ୍ତା କାମ, ମୋବାଇଲ ନେଟୱର୍କକୁ ନିଜ ସରକାର ଅଥବା କେନ୍ଧ୍ର ସରକାରଂକ ମାଧ୍ଯମରେ ଉନ୍ନତି ପାଇଁ ଫୋକସ ଦିଆଯବ। ଆଗାମି ୭ରୁ୮ମାସ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମାଓବାଦିଂକ ସକ୍ରିୟ ହୋଇପାରନ୍ତି ଏ ସବକୁ ଦୃଷ୍ଟିରେ ରଖି ଏଥିପାଇଁ ଆବଷ୍ଯକ ପଡିଲେ କେନ୍ଦ୍ର ରୁ ଅଧିକ ଫୋର୍ସ ମଗାଯିବ । ବିଶେଷ କରି କିଛି ନିର୍ଧିଷ୍ଟ ଲୋକଂକ ସୁରଖ୍ଯା ଅଧିକ ବଢାଯିବା ସହ ଖୁବଶିଘ୍ର ଏକ ଟିମ ଗଠନ କରିବାକୁ ଯାଉଛୁ।ଯାହା ପରବର୍ତି ପର୍ଯାୟରେ ଜଣାଇବେ।

ସେପଟେ ଓଡିଶା ପୋଲିସ ଡିଜି କହିଛନ୍ତି ଉଭୟଂକ ତରଫରୁ ଅନେକ ଦିଗ ଉପରେ ଆଲୋଚନା ହୋଇଛି। ଆନ୍ଧ୍ର ପ୍ରଦେଶ ଘଟଣା ପରେ ଆମେ ମଧ୍ଯ ଅଧିକ ସତର୍କ ରହିଛୁ। ନିଶେଷ କରି ଜନ ପ୍ରତିନିଧି ମାନଂକୁ ଏସଓପି ପାଳନ କରିବା ସହ ଆଲର୍ଟ ରହିବାକୁ ନିର୍ଦଶ ଦେଇଛନ୍ତି। ଗୁରୁପ୍ରିୟା ଉପରେ ସିସିଟିଭି ଓ ଡ୍ରୋନ ଜରିଆରେ ନଜର ରଖାଯାଇଛି।ବ୍ଯାପକ ପୋଲିସ ମଧ୍ଯ ମୁତୟନ ମଧ୍ଯ କରାଯାଇଛି।

Share

Leave a Reply

Your email address will not be published. Required fields are marked *

4 + fourteen =