Latestଜାତୀୟ

ନିର୍ବାଚନ ଲଢିବା ପାଇଁ ଆର୍ଥିକ ସାହାଯ୍ୟ ମାଗିଲେ ମମତା

ନୂଆଦିଲ୍ଲୀ()  ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ନିର୍ବାଚନ ଲଢିବା ପାଇଁ ଆର୍ଥିକ ସାହାଯ୍ୟ ଯୋଗାଇବାକୁ ଦାବି କରିଛନ୍ତି । ସେ ଦୁନିଆର ୬୫ଟି ଦେଶର ଲାଗୁ ହୋଇଥିବା ବ୍ୟବସ୍ଥାର ଉଦାହରଣ ଦେଇ କହିଛନ୍ତି ଏହି ଦେଶ ଗୁଡିକରେ ନିର୍ବାଚନ ଲଢିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଥାଏ ।

ଚିଠିରେ ମମତା ବାନାର୍ଜୀ ଚଳିତ ବର୍ଷ ହୋଇଥିବା ଲୋକସଭା ନିର୍ବାଚନରେ ହଜାର ହଜାର କୋଟି ଟଙ୍କାର ନିର୍ବାଚନୀ ଖର୍ଚ୍ଚ ଉପରେ ଚିନ୍ତା ପ୍ରକଟ କରିଛନ୍ତି । ମମତା ୨୦୦୯ରେ ଲୋକସଭାର ଖର୍ଚ୍ଚକୁ ନେଇ ଜାରି ହୋଇଥିବା ରିପୋର୍ଟକୁ ଉଦାହରଣ ଦେଇ କହିଥିଲେ ଯେ ଏହା ଦୁନିଆର ସବୁଠାରୁ ଅଧିକ ଖର୍ଚ୍ଚାନ୍ତ ନିର୍ବାଚନ ଥିଲା । ରିପୋର୍ଟକୁ ଦେଖାଇ ମମତା ଚିଠିରେ ଲେଖିଛନ୍ତି ଯେ ୨୦୧୯ରେ ହୋଇଥିବା ନିର୍ବାଚନୀ ଖର୍ଚ୍ଚ ୨୦୧୪ ତୁଳଣାରେ ଦୁଇଗୁଣ ଅଧିକ ।

Share

Leave a Reply

Your email address will not be published. Required fields are marked *

seventeen − thirteen =