ସେପ୍ଟେମ୍ବର ଅଧ୍ୟଭାଗକୁ ବୃଦ୍ଧି ହେବ ଲକ୍-ଡାଉନ୍

ନୂଆଦିଲ୍ଲୀ() ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆମେରିକା ପରାମର୍ଶଦାତା ସଂସ୍ଥା ବୋଷ୍ଟନ୍ କନ୍ସଲ୍ଟିଂ ଗ୍ରୁପର ଏକ ନୂତନ ଅଧ୍ୟୟନ ଅନୁସାରେ, କରୋନା ଭାଇରସକୁ ଦୃଷ୍ଟିରେ ରଖି ଭାରତରେ ଲାଗୁ ହୋଇଥିବା ଲକ୍-ଡାଉନ୍ ସେପ୍ଟେମ୍ବର ଅଧ୍ୟଭାଗକୁ ବୃଦ୍ଧି କରାଯାଇପାରେ । ସେହିପରି ମନିକଣ୍ଟ୍ରୋଲରେ ପ୍ରକାଶିତ ବିସିଜି ରିପୋର୍ଟରେ କୁହାଯାଇଛି ଯେ, ଜୁନ୍ ମାସର ଚତୁର୍ଥ ସପ୍ତାହ ଓ ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ମଧ୍ୟରେ ଦେଶବ୍ୟାପି ଲକ୍-ଡାଉନ୍ ହଟାଇବା ଆରମ୍ଭ ହେବ ।

ଅଧ୍ୟୟନରେ କୁହାଯାଇଛି ଯେ, ଜୁନ୍ ତୃତୀୟ ସପ୍ତାହ ସୁଦ୍ଧା ଭାରତରେ କୋଭିଡ-୧୯ ସଂକ୍ରମଣ ମାମଲା ଆହୁରି ଅଧିକ ବଢିପାରେ । ତେବେ ବର୍ତ୍ତମାନ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି । ସେଥିରୁ ୧୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨୬୫୦ ଜଣ ବର୍ତ୍ତମାନ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

eight + twenty =