କଳିଙ୍ଗ ରଚିଲା ଇତିହାସ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ ରଚିଲା ଇତିହାସ । ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଆୟୋଜନ ହୋଇଥିଲା ବେଳେ ଦେଶ ବିଦେଶର କିମ୍ବଦନ୍ତୀ କ୍ରୀଡ଼ାବିତ ଓ ଦେଶ ବିଦେଶରୁ ରାଜ୍ୟ ସରକାରଙ୍କ ଆୟୋଜନ ପାଇଁ ମିଳିଛି ଶୁଭେଚ୍ଛା । ଆୟୋଜନକୁ ବିଶ୍ବସ୍ତରରୁ ପ୍ରଶଂସା ବି ମିଳିଛି ।

ପୁରୁଷ ହକି ବିଶ୍ୱକପ ୨୦୧୮ ଟାଇଟଲ୍ ହାସଲ କଲା ବେଲଜିୟମ୍ । ରୋମାଞ୍ଚକର ଫାଇନାଲ ଫାଇଟରେ ନେଦରଲାଣ୍ଡକୁ ମାତ୍ ଦେଇ ଇତିହାସ ରଚିଲା ବେଲଜିୟମ୍ । ରବିବାର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ହକି ବିଶ୍ୱକପ ଫାଇନାଲ ମ୍ୟାଚରେ ବେଲଜିୟମ୍-ନେଦରଲାଣ୍ଡ ମଧ୍ୟରେ ଜବରଦସ୍ତ ଟକ୍କର ହୋଇଥିଲା ।

ଫାଇନାଲ ମ୍ୟାଚ ଦେଖିବାକୁ ଆଜି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ସହ ଖେଳକୁ ଉପଭୋଗ କଲେ ଆଉ ସେଲ୍ଫି ବି ଉଠାଇଲେ । ବିଜୟୀ ଦଳକୁ ମୁଖ୍ୟମନ୍ତ୍ରୀ ବିଶ୍ୱକପ ଟ୍ରଫି ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

7 + 20 =