ଟିକେଟ୍ ନମିଳିବାରୁ ଦଳ ଛାଡ଼ିଲେ କେ. ନାରାୟଣ ରାଓ

ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜୁ ଜନତା ଦଳରୁ ଟିକେଟ୍ ନମିଳିବାରୁ ପୂର୍ବତନ ବିଧାୟକ କେ ନାରାୟଣ ରାଓ ଇସ୍ତଫା ଦେଇଛନ୍ତି । ବିଭିନ୍ନ ଅଞ୍ଚଳରୁ ପ୍ରାୟ ଅଢେଇ ହଜାର କର୍ମୀ ଓ ପଞ୍ଚାୟତ ଲୋକ ପ୍ରତିନିଧିଙ୍କ ସହ ଆଲୋଚନା କରି ଇସ୍ତଫା ଦେଇଛନ୍ତି କେ. ନାରାୟଣ ରାଓ । ତେବେ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ସୂଚନା।

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଗାମୀ ସାଧାରଣ ନିର୍ବାଚନ ପାଇଁ ୨ଟି ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ଏଥିରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଅଧିନରେ ଥିବା ପାରଳାଖେମୁଣ୍ଡି ବିଧାନସଭା ଆସନ ପାଇଁ ବିଜେଡି କଲ୍ୟାଣୀ ଗଜପତିଙ୍କୁ ଟିକେଟ୍ ଦେବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେ. ନାରାୟଣ ରାଓ । ତେଣୁ ଦଳରୁ ଇସ୍ତଫା ଦେଇଥିବା ମଧ୍ୟ କହିଛନ୍ତି କେ. ନାରାୟଣ ରାଓ । ୨୦୦୯ରେ ବିଜେଡିରୁ ଟିକେଟ୍ ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ଲଢି ବିଜୟ ହୋଇଥିଲେ କେ. ନାରାୟଣ । ସେହିଭଳି ଗତ ୨୦୧୪ ନିର୍ବାଚନରେ ମଧ୍ୟ ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସର ପ୍ରାର୍ଥୀ କେ. ସୁର୍ୟ୍ୟା ରାଓଙ୍କ ଠାରୁ ପରାଜିତ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

seven + one =