ଗିରଫ ହେଲେ ଅନ୍ତର୍ଜାତୀୟ ଖେଳାଳି ରନ୍ଧାୱା

ଅନ୍ତର୍ଜାତୀୟ ଗଲ୍ଫ ଖେଳାଳି ଜ୍ୟୋତି ରନ୍ଧାୱାଙ୍କୁ ଉତ୍ତର ପ୍ରଦେଶର ବନ ବିଭାଗ ଗିରଫ କରିଛି। ଜଙ୍ଗଲରେ ଶିକାର କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ନ୍ଧାୱା ଓ ତାଙ୍କର ଜଣେ ସାଥୀ ମହେଶ ବିଜଦାରଙ୍କୁ ଉତ୍ତର ପ୍ରଦେଶର ମୋତିପୁର ରେଞ୍ଜ୍ ଅନ୍ତର୍ଗତ କତର୍ନିଆଘାଟ ଅଞ୍ଚଳରୁ ଗିରଫ କରାଯାଇଛି। ସେମାନଙ୍କୁ ପଚରାଉଚରା କରାଯାଉଛି।
ରନ୍ଧାୱାଙ୍କଠାରୁ ଏକ ୨.୨ ରାଇଫଲ ଜବତ କରାଯାଇଛି। ତା’ସହିତ ଏକ ଗାଡ଼ି ଓ ସେଥିରେ ଥିବା ଅନ୍ୟାନ୍ୟ ଉପକରଣ ସହିତ ବନ୍ୟଜନ୍ତୁଙ୍କ କିଛି ଅବଶେଷ ଜବତ କରାଯାଇଛି। ଜଙ୍ଗଲୀ ବାର୍ହାର ଚମଡ଼ା ତାଙ୍କ ଗାଡ଼ିରୁ ମିଳିଛି। ମଙ୍ଗଳବାର ରନ୍ଧାୱା ଏକ ଜଙ୍ଗଲୀ କୁକୁଡ଼ାର ମଧ୍ୟ ଶିକାର କରିଥିଲେ।
ଜଣେ ବନ ଅଧିକାରୀ କହିଛନ୍ତି, କତର୍ନିଆଘାଟ ଅଞ୍ଚଳରେ ରନ୍ଧାୱାଙ୍କର ଗୋଟିଏ ଫାର୍ମ ଅଛି। ଗତ ତିନି ଦିନ ହେଲା ସେ ଗାଡ଼ିରେ ତାଙ୍କ ସହଯୋଗୀଙ୍କ ସହିତ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲେ। ଗତ ମଙ୍ଗଳବାର ତାଙ୍କୁ ବନ ବିଭାଗ କର୍ମଚାରୀମାନେ ପ୍ରତିରୋଧ କରିଥିଲେ।

Share

Leave a Reply

Your email address will not be published. Required fields are marked *

two × 5 =