ପୁଣି ଚନ୍ଦ୍ରକୁ ଯିବ ଇସ୍ରୋ

ନୂଆଦିଲ୍ଲୀ() ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି କହିଛନ୍ତି। ପ୍ରଥମ ଚେଷ୍ଟାରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରିବାରେ ବିଫଳ ହୋଇଥିଲା । କିନ୍ତୁ ଏବେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଦ୍ୱିତୀୟ ଥର ପାଇଁ ବିକ୍ରମ ଲ୍ୟାଣ୍ଡରକୁ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଅବତରଣ କରାଇବା ପାଇଁ ଚେଷ୍ଟା କରୁଥିବା ଜଣା ପଡ଼ିଛି ।

‘ଶନିବାର ଆଇଆଇଟି ଦିଲ୍ଲୀର ସମାବର୍ତ୍ତନ ଉତ୍ସବରେ ଇସ୍ରୋର ମୁଖ୍ୟ କେ.ସିବନଙ୍କୁ ଏ ନେଇ ପ୍ରଶ୍ନ କରାଯାଇଥିଲା । ଇସ୍ରୋ ଚନ୍ଦ୍ରପୃଷ୍ଠର ଦକ୍ଷିଣମେରୁରେ ଆଉ ଏକ ଅବତରଣ ପାଇଁ ଚେଷ୍ଟା କରିବ କି ବୋଲି ପ୍ରଶ୍ନ କରିବା ପରେ ନିଶ୍ଚିତ ବୋଲି କହିଥିଲେ ସିବନ୍ । ପ୍ରଥମ ବିଫଳତା ପରେ ଏବେ ଆମେ ବିକ୍ରମ ଲ୍ୟାଣ୍ଡରର ଯନ୍ତ୍ରପାତି ଉପରେ ଅଧିକ କାମ କରିବା ଆରମ୍ଭ କରିଛୁ ।

Share

Leave a Reply

Your email address will not be published. Required fields are marked *

four − two =