ଆଇପିଏଲ ଖେଳିବା ଲାଗି ଦୁବାଇରେ ପହଞ୍ଚିଲେ ଭାରତୀୟ ଖେଳାଳୀ

ଦୁବାଇ: ଆସନ୍ତା ୧୯ ତାରିଖରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ଆଇପିଏଲର ବାକି ଥିବା ମ୍ୟାଚ୍ । ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଓ ବୋଲର ମହମ୍ମଦ ସିରାଜ ଆଜି ପ୍ରଥମେ ଦୁବାଇରେ ପହଞ୍ଚିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସ୍ ଦଳର ୭ଜଣ ତଥା ରିଷଭ ପନ୍ଥ, ରବିଚନ୍ଦ୍ରନ ଅଶ୍ୱିନ, ଅଜିଙ୍କ୍ୟ ରାହାଣେ, ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ପୃଥ୍ଵୀ ଶ, ଉମେଶ ଯାଦବ ସ୍ୱତନ୍ତ୍ର ବିମାନରେ ୟୁଏଇରେ ପହଞ୍ଚିଛନ୍ତି ।


ସେହିପରି ଚେନ୍ନାଇ ସୁପର କିଙ୍ଗସ୍ର ୩ ଖେଳାଳି ରବୀନ୍ଦ୍ର ଜାଡେଜା, ସର୍ଦୁଲ ଠାକୁର ଓ ଚେତେଶ୍ୱର ପୂଜାରା ଦୁବାଇରେ ପହଞ୍ଚିଥିଲେ । ପଞ୍ଜାବ କିଙ୍ଗ୍ସର ଅଧିନାୟକ ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ ଏବଂ ବୋଲର ମହମ୍ମଦ ସାମି ମଧ୍ୟ ପହଞ୍ଚିଛନ୍ତି ଦୁବାଇରେ । ସ୍ୱତନ୍ତ୍ର ବିମାନ ଯୋଗେ ସମସ୍ତ ଖେଳାଳି ପହଞ୍ଚିଥିଲେ ଦୁବାଇରେ । ୬ଦିନ କ୍ୱାରେନ୍ଣ୍ଟାଇନ୍ ଶେଷ କରି ମ୍ୟାଚ୍ରେ ସାମିଲ ହେବେ ଖେଳାଳି । ପୁର୍ବରୁ ଦଳର ଅନ୍ୟ ସଦସ୍ୟମାନେ ଦୁବାଇରେ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 3 =