ନ୍ୟୁଜିଲାଣ୍ଡଠାରୁ ପ୍ରତିଶୋଧ ନେଲା ଭାରତ

କୋଲକାତା: ଆଇସିସିର ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଲଗାତାର ଭାବେ ଭାରତକୁ ହରାଇଥିବା ନ୍ୟୁଜିଲାଣ୍ଡଠାରୁ ବଦଲା ନେଇଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ୍ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୩-୦ରେ ମୂଳପୋଛ ଭାବେ ଜିତିନେଇଛି। ରବିବାର ତୃତୀୟ ତଥା ଶେଷ ମ୍ୟାଚ୍ରେ ଭାରତ ୭୩ ରନ୍ରେ ବିଜୟୀ ହୋଇଥିଲା। ଭାରତର ୧୮୪ ରନ୍ ଜବାବରେ ନ୍ୟୁଜିଲାଣ୍ଡ୍ ୧୧୧ ରନ୍ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଭାରତର ବିଜୟରେ ରୋହିତ ଶର୍ମା (୫୬) ଏବଂ ଅକ୍ଷର ପଟେଲ୍ (୩-୦-୯-୩) ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଏଥି ସହ ରାହିତ ଶର୍ମା ଏବଂ ରାହୁଲ ଦ୍ରାବିଡ଼ଙ୍କ ଯୁଗ ୩-୦ ଶୃଙ୍ଖଳା ବିଜୟରୁ ଆରମ୍ଭ ହୋଇଛି। ଅକ୍ଷର ପଟେଲ ମ୍ୟାଚ୍ ଏବଂ ରୋହିତ ଶର୍ମା ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

Share

Leave a Reply

Your email address will not be published. Required fields are marked *

three × three =