ନେଦରଲାଣ୍ଡକୁ ହରେଇ ସେମି ଫାଇନାଲକୁ ଯିବ ଟିମ ଇଣ୍ଡିଆ, କାହିଁକି ପଢନ୍ତୁ …

ଭୁବନେଶ୍ବର () ନେଦରଲାଣ୍ଡ ବିପକ୍ଷରେ ଭାରତର ମ୍ୟାଚ ସବୁବେଳେ ସଂଘର୍ଷପୂର୍ଣ୍ଣ ରହିଛି । ନେଦରଲାଣ୍ଡ ବିପକ୍ଷରେ ଭାରତ ଏପର୍ଯ୍ୟନ୍ତ 105ଟି ମ୍ୟାଚ ଖେଳିଛି । ସେଥିରୁ ଭାରତ 33ଟିରେ ବିଜୟଲାଭ କରିଥିବା ବେଳେ ନେଦରଲାଣ୍ଡ 48ଟି ଜିତିଛି । ଉଭୟଙ୍କ ମଧ୍ୟରେ 24ଟି ମ୍ୟାଚ ଡ୍ର ହୋଇଛି । ଏସବୁ ମ୍ୟାଚରେ ଟିମ ଇଣ୍ଡିଆ 215ଟି ଗୋଲ ଦେଇଥିବା ବେଳେ ନେଦରଲାଣ୍ଡ 237ଟି ଗୋଲ ଦେଇଛି ।

1928 ଅଲମ୍ପିକ୍ସରେ ନେଦରଲାଣ୍ଡ ବିପକ୍ଷରେ ଭାରତ 3-0ରେ ବଡ ବିଜୟ ଲାଭ କରି ସ୍ବର୍ଣ୍ଣ ପଦକ ଜିତିଥିଲା । 1962 ଅହମଦାବାଦ ଠାରେ ଖେଳାଯାଇଥିଲା ଇନଭିଟେସନାଲ ଟୁର୍ଣ୍ଣାମେଣ୍ଟେର ଭାରତ ନେଦରଲାଣ୍ତକୁ 9-0ରେ ହରେଇ ବୃହତ ବିଜୟ ହାସଲ କରିଥିଲା । 1987 ଇନ୍ଦିରାଗାନ୍ଧୀ ଗୋଲ୍ଡ କପରେ ନେଦରଲାଣ୍ଡ ଭାରତକୁ 2-0ରେ ହରେଇଥିଲା ।

2003 ଚମ୍ପିଆନ୍ସ ଟ୍ରଫି ମ୍ୟାଚ ଶେଷ ପର୍ଯ୍ୟାୟ ସଂଘର୍ଷପୂର୍ଣ୍ଣ ଥିଲା । ମ୍ୟାଚର 63 ମିନିଟ ପର୍ଯ୍ୟନ୍ତ ଭାରତ 3-0ରେ ଆଗୁଆ ରହିଥିଲା । ହେଲେ ନେଦରଲାଣ୍ଡ ଶେଷ 7 ମିନିଟରେ 4ଟି ଗୋଲ ଦେଇ ମ୍ୟାଚକୁ 4-3ରେ ହାତେଇ ନେଇଥିଲା ।

2015 ଚମ୍ପିଆନ୍ସ ଟ୍ରଫି ଇଣ୍ଡିଆ ଓ ନେଦରଲାଣ୍ଡ 5-5ରେ ଡ୍ର ରହିଥିଲା । ଶେଷରେ ସୁଟ ଆଉଟରେ ଇଣ୍ଡିଆ 3-2ରେ ନେଦରଲାଣ୍ଡକୁ ହରେଇ ତାମ୍ବ୍ର ପଦକ ପାଇଥିଲା । ଏମିତି କିଛି ସଂଘର୍ଷପୂର୍ଣ୍ଣ ମ୍ୟାଚର ପୃଷ୍ଠଭୂମୀରେ ଆଜି କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ବିଶ୍ବକପରେ ଭାରତ ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନ କରିବ । ଚମ୍ପିଆନ୍ସ ଟ୍ରଫିର ବିଜୟକୁ ନିଶ୍ଚୟ ବଜାୟ ରଖିବାକୁ ଚେଷ୍ଟା କରିବ ବୋଲି କ୍ରୀଡା ସମୀକ୍ଷକମାନେ ଆଶା ପ୍ରକାଶ କରିଛନ୍ତି ।

ଆଜି ଟିମ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ନିଶ୍ଚୟ ବିଜୟ ହାସଲ କରିବ ବୋଲି ସମର୍ଥକମାନେ ବି ଆଶା ରଖିଛନ୍ତି । କାରଣ ଓଡିଶାରେ ପ୍ରଥମ ଥର ପାଇଁ ବିଶ୍ବକପ ହକି ଖେଳାଯାଉଛି । ଆଉ ଓଡିଶା ହେଉଛି ହକିର ଏନ୍ତୁଡିଶାଳ । ଟିମ ଇଣ୍ଡିଆ ପ୍ରତି ଦର୍ଶକଙ୍କର ସମର୍ଥନ ବି ରହିଛି ।

Share

Leave a Reply

Your email address will not be published. Required fields are marked *

11 − four =