ପତ୍ନୀ ମହିଳା ନୁହଁନ୍ତି,ସୁପ୍ରିମକୋର୍ଟରେ ସ୍ୱାମୀ

ବାହାଘର ପରେ ପତ୍ନୀଙ୍କ ସହ ମିଶିବା ପାଇଁ ସ୍ବାମୀ ଚାହୁଁଥିଲେ । କିନ୍ତୁ ବାହାନା ଦେଖାଇ ସ୍ତ୍ରୀ ଆଡଛଡା ହେଉଥିଲେ । ପିରିଅଡ୍ସ ହୋଇଛି କହି ସ୍ବାମୀଙ୍କ ସହ ଯୌନ ସଂପର୍କ ରଖିବାକୁ ମନା କରିଦେଇଥିଲେ । ଏମିତିକି କିଛିଦିନ ପାଇଁ ପତ୍ନୀ ବାପଘରକୁ ପଳାଇଲେ । ବାପଘରୁ ଫେରିଲା ପରେ ବି ସ୍ବାମୀଙ୍କ ସହ ନ ମିଶିବା ପାଇଁ ସେ ବାହାନା ଖୋଜୁଥିଲେ । କିନ୍ତୁ ନବବିବାହିତ ପୁରୁଷ ଜଣକ ପତ୍ନୀଙ୍କ ସହ ରୋମାନ୍ସ କରିବାକୁ ବ୍ୟାକୁଳ ହେଉଥିଲେ । ଆଉ ଦିନେ ସତ ପଦାକୁ ଆସିଲା । ଯାହାକୁ ସେ ପତ୍ନୀ ବୋଲି ଭାବିଥିଲେ, ତାଙ୍କ ପାଖରେ ଛୋଟପିଲାର ଲିଙ୍ଗ ସହ ମହିଳାଙ୍କ ଅପରିପକ୍ବ ଯୌନାଙ୍ଗ ଥିବା ଦେଖିବାକୁ ପାଇଥିଲେ । ସେ ପ୍ରତାରିତ ହୋଇଛନ୍ତି ବୋଲି ଅନୁଭବ କଲେ । ଡାକ୍ତରଙ୍କ ସହ ଯୋଗାଯୋଗ କରି ଅପରେସନ କରିବାକୁ ଚାହିଁଲେ । ମାତ୍ର ଅପରେସନ ପରେ ବି ସେ କେବେହେଲେ ମାଆ ହୋଇପାରିବେ ନାହିଁ ବୋଲି ଡାକ୍ତର କହିଲେ । ଏହି ଘଟଣା ପରେ ପ୍ରତାରିତ ପୁରୁଷ ଜଣକ ମଧ୍ୟପ୍ରଦେଶ ହାଇକୋର୍ଟରେ ଛାଡପତ୍ର ପାଇଁ ଆବେଦନ କଲେ । କିନ୍ତୁ ଡାକ୍ତରୀ ରିପୋର୍ଟ ଅନୁଯାୟୀ ଛାଡପତ୍ର ହୋଇପାରିବ ନାହିଁ ବୋଲି କହି ସଂପୃକ୍ତ ପୁରୁଷଙ୍କ ଆବେଦନକୁ କୋର୍ଟ ଖାରଜ କରିଦେଲେ । ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ବାମୀ । ଜଷ୍ଟିସ ସଞ୍ଜୟ କିଷାନ କାଉଲ ଓ ଜଷ୍ଟିସ ଏମଏମ ସୁନ୍ଦ୍ରିସ ଆବେଦନକାରୀଙ୍କ ଆବେଦନକୁ ବିଚାରକୁ ନେଇ ପତ୍ନୀଙ୍କୁ ଚାରିସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନୋଟିସ ଜାରି କରିଛନ୍ତି । ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିଛନ୍ତି ମଧ୍ୟପ୍ରଦେଶର ଏହି ବ୍ୟକ୍ତି ।

Share

Leave a Reply

Your email address will not be published. Required fields are marked *

16 + 17 =