ଆକ୍ସିସ୍ ବ୍ୟାଙ୍କ ଓ ଇଣ୍ଡିଆ ସେଲ୍‌ଟର ଫାଇନାନ୍ସ କର୍ପୋରେସନ ମଧ୍ୟରେ କୋ-ଲେଣ୍ଡିଂ ମଡେଲ୍‌କୁ ନେଇ ସହଯୋଗିତା

ଭୁବନେଶ୍ୱର: ଦେଶର ତୃତୀୟ ବୃହତ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଓ ଗୁରୁଗାଓଁର ହାଉସିଂ ଫାଇନାନ୍ସ କଂପାନି ଇଣ୍ଡିଆ ସେଲ୍‌ଟର ଫାଇନାନ୍ସ କର୍ପୋରେସନ ମଧ୍ୟରେ କୋ-ଲେଣ୍ଡିଂ ମଡେଲ୍‌କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ସ୍ଥାପନ ହୋଇଛି । ଏହି ସହଯୋଗିତା ମାଧ୍ୟମରେ ଉଭୟ ସଂସ୍ଥା ଅର୍ଧ ସହରାଚଂଳରେ ମଧ୍ୟମ ଓ ନିମ୍ନ ଆୟ ବର୍ଗର ଗ୍ରାହକମାନଙ୍କୁ ସିକ୍ୟୁରଡ୍ ଏମ୍‌ଏସ୍‌ଏମ୍‌ଇ ଋଣ ପ୍ରଦାନ କରିବେ ।

ଗ୍ରାହକଙ୍କ କ୍ରେଡିଟ୍ ପ୍ରୋଫାଇଲ୍‌କୁ ଅନୁଧ୍ୟାନ କରିବା ଏବଂ ଉନ୍ନତ ସୁଧ ହାରରେ ଋଣ ପ୍ରଦାନ କରି ସେମାନଙ୍କୁ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବା ପ୍ରଦାନ କରିବା ଲାଗି ଏହି ସହଯୋଗିତାରେ ଆକ୍ସିସ୍ ବ୍ୟାଙ୍କ ଏହାର ଗଭୀର ଆର୍ଥିକ ବିଶେଷତା ଓ ଇଣ୍ଡିଆସେଲ୍‌ଟର ତାହାର ଦୃଢ଼ ଋଣ ପ୍ରକ୍ରିୟାକରଣ ପ୍ରଯୁକ୍ତିକୁ ବ୍ୟବହାର କରିବ । ଏହି ସହଯୋଗିତା ଆକ୍ସିସ୍ ବ୍ୟାଙ୍କ ଓ ଇଣ୍ଡିଆ ସେଲ୍‌ଟରକୁ ଋଣ ପାଇଁ ନୂଆ ସମ୍ଭାବ୍ୟ ଅଣସଂଗଠିତ ବର୍ଗର ଗ୍ରାହକଙ୍କ ନିକଟରେ ପହଂଚିବାରେ ସହାୟକ ହୋଇପାରିବ ।

ଏହି ସହଯୋଗିତା ସମ୍ପର୍କରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ଏକ୍‌ଜିକ୍ୟୁଟିଭ୍ ଓ ଭାରତ ବ୍ୟାଙ୍କିଙ୍ଗ୍ ମୁଖ୍ୟ ଶ୍ରୀ ମୁନିଷ ଶାରଦା କହିଛନ୍ତି ଯେ, “ଦୁର୍ଗମ ଅଂଚଳ ପର୍ଯ୍ୟନ୍ତ ପହଂଚିବା ଓ ନିରବଚ୍ଛିନ୍ନ ଡିଜିଟାଲ୍ ମାଧ୍ୟମରେ ଆର୍ଥିକ ସେବା ପ୍ରଦାନ କରିବା ଲାଗି ବ୍ୟାଙ୍କ ଭାରତ ବ୍ୟାଙ୍କିଙ୍ଗ୍ ମିସନ୍ ଅନୁସାରେ ଇଣ୍ଡିଆ ସେଲ୍‌ଟର ସହ ଏହି ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତା ଜରିଆରେ ଆମେ ବନ୍ଧକ ବର୍ଗରେ ଆମର ଉପସ୍ଥିତିକୁ ଆହୁରି ସୁଦୃଢ଼ କରିପାରିବୁ ଏବଂ ବ୍ୟାଙ୍କର ଅଗ୍ରାଧିକାର କ୍ଷେତ୍ର ଋଣ ପୋର୍ଟଫୋଲିଓକୁ ବଢ଼ାଇପାରିବୁ । ଆମର ଡିଜିଟାଲ୍ କୋ-ଲେଣ୍ଡିଂ ପ୍ଲାଟଫର୍ମକୁ ନେଇ ଆମେ ଉତ୍ସାହିତ ଯାହା ଦ୍ରୁତ ଗତିରେ ବ୍ୟାପକ ହେବା ଏବଂ ଏକ ଉତ୍କୃଷ୍ଟ ଗ୍ରାହକ ଅନୁଭୂତି ପ୍ରଦାନ କରିବା ଲାଗି ଏହି ସହଯୋଗିତା ଆମ ପାଇଁ ସହାୟକ ହେବ ।’’

ଇଣ୍ଡିଆ ସେଲ୍‌ଟର ହାଉସିଂ ଫାଇନାନ୍ସର ଏମ୍‌ଡି ଓ ସିଇଓ ଶ୍ରୀ ରୁପିନ୍ଦର ସିଂହ କହିଛନ୍ତି ଯେ, “ଅର୍ଧ ସହରାଚଂଳର ପ୍ରଥମ ପିଢ଼ିର ପରିବାରଙ୍କ ପାଖରେ ଋଣ ପହଂଚାଇବା ଲାଗି ଇଣ୍ଡିଆ ସେଲ୍‌ଟର ଆଗଧାଡ଼ିରେ ରହିଛି । କାଗଜପତ୍ରରେ ଆୟ ଦେଖାଇ ହେଉନଥିବା ଏବଂ ବ୍ୟାଙ୍କ ପହଂଚିନଥିବା ଅଂଚଳର ଗ୍ରାହକମାନଙ୍କ ପାଣ୍ଠି ଆବଶ୍ୟକତା ପୂରଣ କରିବା ଦିଗରେ ଆମେ କାମ କରୁଛୁ । ସୁଲଭ ବାସଗୃହ ପାଇଁ ଅଣସଂଗଠିତ ଆୟ କ୍ଷେତ୍ରରେ ଦୀର୍ଘ ୧୨ ବର୍ଷରୁ ଅଧିକ ଅଭିଜ୍ଞତା ଏବଂ ଫିଜିଟାଲ୍ ମୋଟର୍‌ର ବ୍ୟାପକ ଉପସ୍ଥିତିକୁ ନେଇ ଆକ୍ସିସ୍ ବ୍ୟାଙ୍କ ସହ ଏହି ସହଯୋଗିତା ଆମକୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବା ଏବଂ ସାମାଜିକ ପ୍ରଭାବ ସହ ନିରନ୍ତର ଅଭିବୃଦ୍ଧି ସୃଷ୍ଟି କରିବାରେ ସହାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

16 + 20 =