Friday, October 30, 2026
Latestରାଜନୀତି

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ

ଗୁଜୁରାଟ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଝଟ୍‌କା । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ହାର୍ଦ୍ଦିକ ପଟେଲ । ବିଜେପିରେ ହାର୍ଦ୍ଦିକ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି । ମିଳିଥିବା ସୂଚନାଅନୁସାରେ, ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ ୨ମାସ ହେବ ବିଜେପି ନେତାଙ୍କ ସମ୍ପର୍କରେ ରହିଛନ୍ତି । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ନିକଟକୁ ସେ ନିଜ ଇସ୍ତଫା ପତ୍ର ପଠାଇଛନ୍ତି। ହାର୍ଦ୍ଦିକ ପଟେଲ ଟ୍ୱିଟ୍ କରି ଲେଖିଛନ୍ତି, ‘ଆଜି ମୁଁ ସାହସର ସହ କଂଗ୍ରେସ ଦଳ ତଥା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛି। ମୋର ବିଶ୍ୱାସ ଯେ ମୋର ନିଷ୍ପତ୍ତିକୁ ପ୍ରତ୍ୟେକ ସହକର୍ମୀ ଏବଂ ଗୁଜୁରାଟର ଲୋକମାନେ ସ୍ୱାଗତ କରିବେ। ମୋର ବିଶ୍ୱାସ ଯେ ଏହି ପଦକ୍ଷେପ ପରେ ଭବିଷ୍ୟତରେ ଗୁଜୁରାଟ ପାଇଁ ମୁଁ ପ୍ରକୃତରେ ସକରାତ୍ମକ ରୂପେ କାର‌୍ୟ୍ୟ କରିବାକୁ ସମର୍ଥ ହେବି।’

Share

Leave a Reply

Your email address will not be published. Required fields are marked *

eighteen − nine =