Thursday, October 29, 2026
Latestକ୍ରୀଡା

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ଗାଭାସ୍କର

ମୁମ୍ବାଇ()  କ୍ୟାପଟେନ ବିରାଟ କୋହଲିଙ୍କୁ ନେଇ ମୁହଁ ଖୋଲିଲେ ଗାଭାସ୍କର । ବିଶ୍ୱକପ୍ ସେମିରେ ଭାରତର ପରାଜୟ ପରେ ବିରାଟ ଟିମ୍ ର ସ୍ୱଭାବିକ କ୍ୟାପ୍ଟେନ ନା ଚୟନ କର୍ତ୍ତା ତାଙ୍କ ଖୁସି ପାଇଁ ବିରାଟଙ୍କୁ କ୍ୟାପ୍ଟେନ ରଖିଛନ୍ତି ବୋଲି ଗାଭାସ୍କର ପ୍ରଶ୍ନ କରିଛନ୍ତି।

ବିରାଟଙ୍କ ନିଯୁକ୍ତି ବିଶ୍ୱ କପ୍ ପର୍ୟ୍ୟନ୍ତ ଥିଲା। ତେବେ ଟିମ୍ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟୁରରେ ମଧ୍ୟ ତାଙ୍କୁ କ୍ୟାପ୍ଟେନ ରଖା ଯାଇଛି। ତେବେ ଏଥି ପାଇଁ ଚୟନ ସମିତି ବୈଠକ କରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର। ଯଦି ବିରାଟଙ୍କୁ ପୁଣି କ୍ୟାପ୍ଟେନ ଦାୟିତ୍ୱ ଦେବାର ଥିଲା ତେବେ ଏଥିପାଇଁ ଅନ୍ତତଃ ଏକ ଅଧିକାରୀ ବୈଠକ ହେବାର ଥିଲା। ବିନା ବୈଠକରେ ଯଦି ବିରାଟଙ୍କୁ କ୍ୟାପ୍ଟେନ କରାଯାଇଛି, ତେବେ ବିରାଟ କ’ଣ ନିଜ ଦକ୍ଷତା ବଳରେ କ୍ୟାପ୍ଟେନ ନା ଚୟନ କର୍ତ୍ତାଙ୍କ ଖୁସି ପାଇଁ ବୋଲି ସ୍ୱତଃ ପ୍ରଶ୍ନ ଉଠୁଛି ବୋଲି ଗାଭାସ୍କର ଉଲ୍ଲେଖ କରିଛନ୍ତି।

ବିରାଟଙ୍କୁ ୱେଷ୍ଟଇଣ୍ଡିଜ୍ ଟୁରରେ ୩ ଫର୍ମାଟର ଅଧିନାୟକ ନିଯୁକ୍ତ କରାଯାଇଛି। ଯାହା ଫ୍ଲୋରିଡା ଟି-୨୦ ଫରମାଟରୁ ଆରମ୍ଭ ହେବ। ତେବେ କୋହଲିଙ୍କୁ କାହିଁକି ବାରମ୍ବାର ତାଙ୍କ ଇଛା ମୁତାବକ ଟିମ ଚୟନର ଅଧିକାର ଦିଆ ଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଗାଭାସ୍କର। ତେବେ ଏଥିରୁ ପ୍ରକ୍ରିୟା ବାଇପାସ୍ ହେଉଥିବାର ବାର୍ତ୍ତା ଯାଉଥିବା ନେଇ ଗାଭାସ୍କର ସତର୍କ କରାଇଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen + thirteen =