ସୁରଟର ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ

ସୁରଟର ପୋଣ୍ଡସରା ଜିଆଇଡିସି ଅଂଚଳରେ ସ୍ଥିତ ଏକ କପଡା ମିଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୧୭ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ରବିବାର ସକାଳ ୪ ସମୟରେ ଏହି ଅଘଟଣ ଘଟିଛି । ନିଆଁରେ କପଡା ମିଲ୍ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି । ଏଥିରେ କୌଣସି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ନିଆଁ ଲାଗିବାର କାରଣ ଉପରେ ତଦନ୍ତ କରୁଛି । ଖବର ଲେଖାଯିବା ପର୍ଯ୍ୟନ୍ତ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି । ଏହା ପୂର୍ବରୁ ଜାନୁଆରୀ ମାସରେ ସଚୀନ୍ ଅଂଚଳରେ ଥିବା ବିଶ୍ବ ପ୍ରେମ୍ ଡାଇଙ୍ଗ ଏଣ୍ଡ ପ୍ରିଣ୍ଟିଙ୍ଗ୍ ଟ୍ୟାଙ୍କରରୁ ଗ୍ୟାସ  ଲିକ୍ ହେବାନେଇ ୬ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ୨୫ ରୁ ଅଧିକ ଗୁରୁତର ଆହତ ହୋଇଥିଲେ ।  

Share

Leave a Reply

Your email address will not be published. Required fields are marked *

15 + sixteen =