ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତେ ରୋଜଗାର ପାଇବେ: ଯୋଗୀ

ଦିନିକିଆ ଓଡିଶା ଗସ୍ତରେ ଆସି ରାଉଲକେଲାଠାରେ ଆୟୋଜିତ ଏକ ଦଳୀୟ କାର୍ୟ୍ୟକ୍ରମରେ ସାମିଲ ହୋଇଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।
ସେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ବିଜେପିକୁ ବିପୁଳମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ଯୋଗୀ ମଧ୍ୟ ବିଜେପିର ବାକି ତୁଙ୍ଗ ନେତାଙ୍କ ଭଳି ଓଡିଶା ସରକାରଙ୍କୁ କଡା ଭାଷାରେ ସମାଲୋଚନା କରିବାକୁ ଭୁଲି ନଥିଲେ । ସଭା ମଂଚରୁ ଉଭୟ କଂଗ୍ରେସ ଏବଂ ବିଜେଡି ଉପରେ ଚିରାଚରିତ ଢଙ୍ଗରେ ବର୍ଷିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ।

କେନ୍ଦ୍ର ସରକାରଙ୍କ ସଫଳତା ବଖାଣିବା ସହ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରି ଯୋଗୀ କହିଛନ୍ତି, ‘ଓଡ଼ିଶା ହେଉଛି ଭଗବାନ ଜଗନ୍ନାଥଙ୍କ ଭୂମି। ଓଡ଼ିଶାକୁ ଏକ ନୂଆ ଓଡ଼ିଶାରେ ପରିଣତ କରିବାଲାଗି ବିଜେପି ସଂକଳ୍ପ ନେଇଛି।’ ମୋଦୀଜୀଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରିବାଲାଗି ସାରା ଦେଶରେ ଲହର ଉଠିଛି । ଭାରତବର୍ଷକୁ ଗୋଟିଏ ଏବଂ ଶ୍ରେଷ୍ଠ ଭାରତ ଭାବେ ବନାଇବାକୁ ପାଇଁ ମୋଦିଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ ହେବା ଉଚିତ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ଯୋଗୀ ।

ଯୋଗୀ ଆହୁରୀ କହିଛନ୍ତି: ଓଡିଶା ପ୍ରାକୃତିକ ସମ୍ପଦରେ ଭରପୁର । କିନ୍ତୁ ଏହାକ ବିନିଯୋଗ ଓଡିଶାର ବିକାଶ ପାଇଁ ହୋଇ ପାରୁନି । ଏହା କେବଳ ବିଜେପି ସରକାର ଆସିଲେ କରିପାରିବ । କେନ୍ଦ୍ର ଏବଂ ରାଜ୍ୟରେ ଗୋଟିଏ ସରକାର ହେଲେ ନୂଆ ଓଡିଶା ଗଠନ ହେବ । ରାଜ୍ୟରେ ବିଜେପି ସରକାର ହେଲେ ସମସ୍ତେ ରୋଜଗାର ପାଇବେ । ରାଜ୍ୟରେ ବିଜେପି ସରକାର ଆସିବା ଉଚିତ ବୋଲି କହିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରିଛନ୍ତି ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

Share

Leave a Reply

Your email address will not be published. Required fields are marked *

four + 3 =