କଂଗ୍ରେସ ଛାଡ଼ିଲେ ପିସିସି ମୁଖପାତ୍ର ସୋନାଲି ସାହୁ

ପ୍ରଥମ ପର୍ୟ୍ୟାୟ ନିର୍ବାଚନ ଚାଲିଥିବା ବେଳେ କଂଗ୍ରେସକୁ ଶକ୍ତ ଝଟକା । ଗୋଟିଏ ପଟେ ଚାଲିଛି ମତଦାନ ଆଉ ଏହି ଘଡ଼ିସନ୍ଧି ମୁହର୍ତ୍ତରେ ଦଳ ଛାଡ଼ିଛନ୍ତି କଂଗ୍ରେସ ନେତ୍ରୀ । କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ମୁଖପାତ୍ର ସୋନାଲି ସାହୁ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପାଖକୁ ଇସ୍ତାଫା ପତ୍ର ପଠାଇଲେ ସୋନାଲି । ଦଳର କାର୍ୟ୍ୟଧାରାରେ ଅସନ୍ତୋଷ ପ୍ରକାଶ କରି ତଥା ପାର୍ଟିର ନେତୃତ୍ୱ ଉପରେ ପ୍ରଶ୍ନ କରି ଦଳ ଛାଡ଼ିଲେ ।

ଟିକେଟ ବଂଟନରେ ଅସନ୍ତୁଷ୍ଟ ହୋଇ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି । ସୋନାଲି ଖୋର୍ଦ୍ଧା ବିଧାନସଭା ପାଇଁ ଟିକେଟ ଆଶାୟୀ ଥିବା ବେଳେ ତାଙ୍କୁ ଟିକେଟ ପ୍ରଦାନ କରାଯାଇନଥିଲା । ତେଣୁ ସେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ବୋଲି ସୂଚନା ମିଳିଛି । ତେବେ କଂଗ୍ରେସ ଛାଡ଼ିବା ପରେ କେଉଁ ଦଳରେ ମିଶିବ ଏବଂ ଆଗାମୀ ରାଜନୈତିକ ପଦକ୍ଷେପ କ’ଣ ରହିବ ସେନେଇ କିଛି ସ୍ପଷ୍ଟ କରିନାହାନ୍ତି ।

Share

Leave a Reply

Your email address will not be published. Required fields are marked *

17 + eighteen =