ବିହାର ନିର୍ବାଚନ: ୧୨ଟା ସୁଦ୍ଧା ଏନଡିଏ ଆଗୁଆ

ପାଟନା() ବିହାର ଫଳାଫଳ ଉପରେ ପୁରା ଦେଶର ନଜର । କାରଣ ଏହି ରାଜ୍ୟର ଫଳାଫଳ ଆଗକୁ ହେବାକୁ ଥିବା ପଶ୍ଚିମ ବଙ୍ଗ ଓ ଉତ୍ତର ପ୍ରଦେଶ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କୁହାଯାଉଥିଲା । ସବୁ ଏଗଜିଟ୍ ପୋଲ୍ ତେଜସ୍ୱୀଙ୍କ ରାଜ୍ୟାଭିଷେକ ଏକରକମ କରି ସାରିଥିଲେ ।

ଦିନ ୧୨ ଟା ସୁଦ୍ଧା ବିହାର ନିର୍ବାଚନର ଫଳା ଫଳରେ ଏନଡିଏ ଆଗୁଆ ରହିଛି । ଏନଡିଏ ୧୩୩ ଆସନରେ ଆଗୁଆ ଥିବା ବେଳେ ମହାଗଠବନ୍ଧନ ୯୬ ଆସନରେ ଆଗୁଆ ରହିଛି । ସେହିଭଳି ଏଲଜେପି ୫ ଟି ଆସନରେ ଆଗୁଆ ଥିବା ବେଳେ ଅନ୍ୟାନ୍ୟ ଛୋଟ ଦଳ ମାନେ ୯ ଟି ଆସନରେ ଆଗୁଆ ରହିଛନ୍ତି ।


ଏନଡିଏରେ ବିଜେପି ୭୪ ଟି ଆସନରେ ଆଗୁଆ ଥିବା ବେଳେ ଜେଡିୟୁ ୪୯ ଟି ଆସନରେ ଆଗୁଆ ରହିଛି ସେହଭଳି ଭିଆଇପି ପାର୍ଟି ୮ ଟି ଆସନରେ ଆଗୁଆ ରହିଛି ।


ମହାଗଠବନ୍ଧନରେ ଆରଜେଡି ୫୯ ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୨୧ ଓ ବାମଦଳ ୧୯ ଆସନରେ ଆଗୁଆ ଚାଲିଛି । ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଦାବିଦାର ତେଜସ୍ୱୀ ଯାଦବ ନିଜ ଆସନରେ ଆଗୁଆ ରହଛନ୍ତି ଓ ତାଙ୍କ ଭାଇ ତେଜପ୍ରତାପ ଯାଦବ ବି ହାସିନପୁର ଆସନରୁ ଆଗୁଆ

Share

Leave a Reply

Your email address will not be published. Required fields are marked *

one × one =