ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରିବାକୁ ନିଷ୍ପତ୍ତି

ଭୁବନେଶ୍ୱର() ରାଜ୍ୟରେ ଆସନ୍ତାକାଲି ୨ଟି ଉପନିର୍ବାଚନର ଭୋଟ୍ ଗଣତି ଆରମ୍ଭ ହେବ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହା ସହ ସିଇଓ କହିଛନ୍ତି ଯେ, ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହେବ । କୋଭିଡ କଟକଣା ପାଇଁ ଟେବୁଲ ସଂଖ୍ୟା ହ୍ରାସ କରାଯାଇଛି । ୨ଟି ହଲରେ ୭ଟି ଲେଖାଏଁ ମୋଟ ୧୪ଟି ଟେବୁଲ ରଖାଯିବ । ତୃତୀୟ ହଲରେ ପୋଷ୍ଟାଲ ବାଲାଟ ଗଣତି କରାଯିବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣତି କରିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରଥମେ ପୋଷ୍ଟାଲ ବାଲାଟ ପରେ ଇଭିଏମ୍ ଗଣତି ହେବ ।

ତେବେ ରେଜଲ୍ଟ ପ୍ରଦର୍ଶନ ପାଇଁ କ୍ୟାମେରା ଡିସପ୍ଲେ ବ୍ୟବସ୍ଥା କରାଯାଇଛି । ଗଣତି ପରେ ଭିଭିପାଟ୍ ଗଣତି ବ୍ୟବସ୍ଥା ହୋଇଛି । ୫ଟି ବୁଥର ଭିଭିପାଟ୍ ସ୍ଲିପ୍ ଗଣତି କରାଯିବ ବୋଲି ସିଇଓ କହିଛନ୍ତି । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ବୁଥ୍ ସଂଖ୍ୟା ବଢିଥିବାରୁ ଗଣତି ସରିବାକୁ ଅଧିକ ସମୟ ଲାଗିପାରେ ବୋଲି ସିଇଓ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 10 =