ନବୀନଙ୍କ ଯୋଗୁଁ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ି ଚାଲିଛି: ଧର୍ମେନ୍ଦ୍ର

ଭୁବନେଶ୍ୱର()ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ‘ସମ୍ମମ୍’ ଉଦ୍ଘାଟିତ ହେଇଛି ।

ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ଯୋଗୁଁ ଘରୋଇ ସ୍ୱାସ୍ଥ୍ୟସେବା ବଢ଼ି ଚାଲିଛି । ଏନେଇ ସେ ଧନ୍ୟବାଦ ମଧ୍ୟ ତାଙ୍କୁ ଜଣାଇଛନ୍ତି ।

ଏଥିସହ ଆୟୁଷ୍ମାନ ଯୋଜନା ଲାଗୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ସମ୍ ଅଲ୍ଟିମେଟ୍ ମେଡ଼ିକେୟାର ରୋଗୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇବ । ଏହାସହ ରୋଗୀଙ୍କ ସର୍ବୋତ୍ତମ ଚିକିତ୍ସା ପାଇଁ ଏହି ଉଦ୍ୟମ କରାଯାଇଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

20 + 8 =