୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ

ନୂଆଦିଲ୍ଲୀ() ଭାରତରେ ଦିନକୁ ଦିନ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ଭାଇରସ୍ । ଏହାରି ଭିତରେ ସଂକ୍ରମିତଙ୍କ ସଂଖ୍ୟା ପାର କଲାଣି ୭ ଲକ୍ଷ । ଗତ ୨୪ ଘଣ୍ଟାରେ ୨୨ ହଜାର ୨୫୨ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୪୬୭ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ପଜିଟିଭ୍‌କୁ ମିଶାଇ ଦେଶରେ କରୋନାରେ ମୋଟ ୭ ଲକ୍ଷ ୧୯ ହଜାର ୬୬୫ ଜଣ ଆକ୍ରାନ୍ତ ହୋଇଛନ୍ତି ।

ମହାମାରୀ କରୋନା ସଂକ୍ରମଣରେ ଭାରତ ତୃତୀୟ ସ୍ଥାନରେ ପହଁଚି ସାରିଛି । ବିଶ୍ୱ ତାଲିକାର ତୃତୀୟ ସ୍ଥାନରେ ଥିବା ରୁଷକୁ ପଛରେ ପକାଇ ଭାରତ ତୃତୀୟ ସର୍ବାଧିକ କରୋନା ଆକ୍ରାନ୍ତ ଦେଶ ଭାବେ ସାମଲ୍ ହୋଇଛି । ମିଳିଥିବା ଖବର ମୁତାବକ ଭାରତରେ ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦ରେ ପହଞ୍ଚିଲାଣି ।ଏହାସହିତ ଏଠାରେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୩୯ ହଜାର ୯୪୮ ଜଣ । ସମୁଦାୟ ୨ ଲକ୍ଷ ୫୯ ହଜାର ୫୫୭ ଆକ୍ଟିଭ୍‌ କେସ ରହିଛି ।

Share

Leave a Reply

Your email address will not be published. Required fields are marked *

5 + sixteen =