ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫କୁ ବୃଦ୍ଧି

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୭୩ହଜାର ୧୦୫ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୪ହଜାର ୮୯୪ କୁ ବୃଦ୍ଧି ପାଇଛି । ଏବେ ୨ଲକ୍ଷ ୭୧ହଜାର ୬୯୬ଜଣ ସୁସ୍ଥ ହୋଇଥିବା ବେଳେ ୧ଲକ୍ଷ ୮୬ହଜାର ୫୧୪ ଜଣ ଚିକିତ୍ସିତ ହେଉଛନ୍ତି । ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୬୭୩୯, ଦିଲ୍ଲୀରେ ୨୩୬୫, ଗୁଜୁରାଟରେ ୧୭୩୫, ତାମିଲନାଡ଼ୁରେ ୮୬୬, ଉତ୍ତରପ୍ରଦେଶରେ ୫୯୬, ପଶ୍ଚିମବଙ୍ଗରେ ୫୯୧, ମଧ୍ୟପ୍ରଦେଶରେ ୫୩୪ ଜଣଙ୍କର ମୃତ୍ୟୁ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

thirteen + 17 =