ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୭୭କୁ ବୃଦ୍ଧି

ନୂଆଦିଲ୍ଲୀ ()ଦେଶରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ବିଶ୍ୱ ଓ ଦେଶ ପାଇଁ ମୁଣ୍ଡବିନ୍ଦାର କାରଣ ପାଲଟିଛି । ଏପର୍ଯ୍ୟନ୍ତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୭୧୮କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୦୭୭କୁ ବୃଦ୍ଧି ପାଇଛି । ଦେଶର ୪ହଜାର ୭୪୮ଜଣ ସୁସ୍ଥ ହୋଇଛନ୍ତି । ୧୭ହଜାର ୬୧୦ ଜଣ ଏବେ ମଧ୍ୟ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୨୪ଘଣ୍ଟାରେ ୧୬୪୮ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

five + 4 =